ରାଜ୍ୟରେ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 28 ଜୁଲାଇ (ହି.ସ)- ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟରେ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ବାଭାବିକ ଠାରୁ ଅ
ରାଜ୍ୟରେ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ-     ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, 28 ଜୁଲାଇ

(ହି.ସ)- ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ପ୍ରେସମିଟରେ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ

ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ବାଭାବିକ ଠାରୁ ଅଧିକ , ୮ଟି

ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଡ୍ୟାମ୍ର ମାତ୍ର ୨ଟି ଗେଟ୍ ଖୋଲା ଅଛି

। ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ,

ଚିନ୍ତାର କାରଣ ନାହିଁ । ଜଳକା ଛାଡ଼ିଦେଲେ ମହାନଦୀ, ବୈତରଣୀ, ସାଳନ୍ଦୀ

ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ଼,

ବାଲେଶ୍ବର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି

। ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଗଲାଣି,

ରନ୍ଧା ଖାଦ୍ୟ ବଣ୍ଟନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande