
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଏକ ଲାଂଚ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ, ପଂଚୁପଡ଼ା ଅନ୍ତର୍ଗତ କନ୍ଦରସିଂହା ରାଜସ୍ୱ ସର୍କଲର ଜଣେ ପୂର୍ବତନ ଆରଆଇ ମାଳତୀ ଦେହୁରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ ତାଙ୍କୁ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡିତ କରିଛନ୍ତି।
ମଙ୍ଗଳବାର ମାଳତୀ ଦେହୁରୀ ଏକ ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ଲାଂଚ ଦାବି କରିବା ଏବଂ ନେବା ଅଭିଯୋଗ ମାମଲାରେ ଚାର୍ଜସିଟ୍ କରାଯାଇଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲାର ଶୁଣାଣି କରି ତାଙ୍କୁ ୨ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ମାଳତୀ ଦେହୁରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା