ଆଦିବାସୀ ଗ୍ରାମରେ ଆଓମା ଗୁରୁକୁଳର ନୂତନ ପ୍ରଶିକ୍ଷଣ କେନ୍ଦ୍ର ଓ କର୍ମେସ ସ୍ମୃତି ଭବନ ଲୋକାର୍ପିତ
ମାଲକାନଗିରି, ୦୪ ଜୁଲାଇ(ହି.ସ.) – ମାଲକାନଗିରି ଜିଲ୍ଲାରେ ଥିବା ଅଲଓଡ଼ିଶା ମାର୍ଶାଲ ଆର୍ଟ ଏକାଡେମୀ(ଆଓମା ଗୁରୁକୁଳ) ପ୍ରଶିକ୍ଷଣ କେନ୍ଦ୍ର ନୂତନ ଶାଖା ଓ କର୍ମେସ ସ୍ମୃତି ଭବନ ମାଥିଲି ବ୍ଲକ କୁଟୁନି ପାଲ୍ଲୀ ପଂଚାୟତ ଦୁର୍ଗମ କଟିଆଗୁଡ଼ା ଗ୍ରାମରେ ଲୋକାର୍ପିତ ହେବା ସହିତ ବିଭିନ୍ନ ପ୍ରକାର ଔଷଧୀୟ ଚାରା
ଆଓମା ଗୁରୁକୁଳ ର ନୂତନ ପ୍ରଶିକ୍ଷଣ କେନ୍ଦ୍ର ଓ କର୍ମେସ ସ୍ମୃତି ଭଵନ


ଆଓମା ଗୁରୁକୁଳ ର ନୂତନ ପ୍ରଶିକ୍ଷଣ କେନ୍ଦ୍ର ଓ କର୍ମେସ ସ୍ମୃତି ଭଵନ


ମାଲକାନଗିରି, ୦୪ ଜୁଲାଇ(ହି.ସ.) – ମାଲକାନଗିରି ଜିଲ୍ଲାରେ ଥିବା ଅଲଓଡ଼ିଶା ମାର୍ଶାଲ ଆର୍ଟ ଏକାଡେମୀ(ଆଓମା ଗୁରୁକୁଳ) ପ୍ରଶିକ୍ଷଣ କେନ୍ଦ୍ର ନୂତନ ଶାଖା ଓ କର୍ମେସ ସ୍ମୃତି ଭବନ ମାଥିଲି ବ୍ଲକ କୁଟୁନି ପାଲ୍ଲୀ ପଂଚାୟତ ଦୁର୍ଗମ କଟିଆଗୁଡ଼ା ଗ୍ରାମରେ ଲୋକାର୍ପିତ ହେବା ସହିତ ବିଭିନ୍ନ ପ୍ରକାର ଔଷଧୀୟ ଚାରାରୋପଣ କରାଯାଇଛି। ଆଓମା ଗୁରୁକୁଳ ସଭାପତି ରତ୍ନାକର ଦାଶଙ୍କ ଅଧ୍ୟକ୍ଷତାରେ କଟିଆଗୁଡ଼ା ଗ୍ରାମରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମାଥିଲି ବ୍ଲକ ଭାଇସ ଚେୟାରମେନ ଶ୍ରୀମତୀ ଦେବକୀ ଦଳେଇ, ମୁଖ୍ୟବକ୍ତା ଭାବେ କୁଟୁନିପାଲ୍ଲୀ ପଂଚାୟତ ସରପଂଚ ଶ୍ରୀମତୀ କମଳୀ ନାୟକ, ସମ୍ମାନୀତ ଅତିଥିଭାବେ ପଂଚାୟତ ନିର୍ବାହୀ ଅଧିକାରୀ ଇତିଶ୍ରୀ ଜେନା, ୱାର୍ଡ଼ ମେମ୍ବର ନୀଳାବତୀ ନାୟକ, ଗ୍ରାମ ମୁଖିଆ କୃତିବାସ ନାୟକ, ଘେନା ନାୟକ ପ୍ରମୁଖ ଯୋଗଦେଇ ଆଓମା ଗୁରୁକୁଳ ପ୍ରଶିକ୍ଷଣ କେନ୍ଦ୍ର ଓ କର୍ମେସ ଭବନ ଉଦ୍ଘାଟନ କରିଥିଲେ। ଆଓମା ଗୁରୁକୁଳ ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ବିନାଶ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗ୍ରାମ ନାୟକ ଗୋପୀ ନାୟକ, ଚୈତନ୍ୟ ଚାଲାଣ, କୁମୁଟି ବାରିକ, ହାତୀ ପୂଜାରୀ, ରଘୁନାଥ ଫଟକା, ବାସୁଦେବ କୋପେ, ମନ ପୂଜାରୀ, ନରସିଂହ ବାଗମିୟା, ଗୁରୁନାଥ ବାରିକ, ଗୁରୁ ମାଝୀ, ରାଜୁଗୁଡ଼ିଆ, ସୋମନାଥ ଚାଲାଣ, ଅଭିବାରିକ, ହରି ବଦୁମ, ବନମାଳୀ ସଗରିଆ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଆଓମା ଗୁରୁକୁଳର ରାମ ମାଡ଼କାମି, ଲଷ୍ମୀ ସୋଡି, ନକୂଳ କ୍ରିସାନୀ, ସରିତା ହରିଜନ, ରଶ୍ମି ମାଡ଼କାମି, ସସ୍ମିତା କବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ, ଦୁର୍ଗମ କଟିଆଗୁଡ଼ା ଗ୍ରାମରେ ପ୍ରଥମ କରି ଆଓମା ଗୁରୁକୁଳର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିବାରୁ କୁଟୁନି ପାଲ୍ଲୀ ପଂଚାୟତବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି! ପଣ୍ଡିତ ପିଂଟୁ ମିଶ୍ର ଘର ପ୍ରତିଷ୍ଠା ପୂଜା ପାଠ ହୋମ ଯଜ୍ଞ କରିଥିବାବେଳେ ସଂସ୍ଥାର ସଭାପତି ଶ୍ରୀ ଦାଶ ଓ ପ୍ରତିଷ୍ଠାତା ଶ୍ରୀ ମିଶ୍ର ପୂଜାରେ ସଙ୍କଳ୍ପ କରିଥିଲେ। ଏହି ଅବସରରେ ଆଓମା ଗୁରୁକୁଳ ଅନ୍ତେବାସୀ ଆତ୍ମରକ୍ଷା କୌଶଳ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଗ୍ରାମବାସୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂଶିତ ହୋଇଥିଲେ। ଅପରାହ୍ନରେ ଅତିଥିମାନେ କର୍ମେସ ଭବନ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ଚାରାରୋପଣ କରିଥିଲେ। ଶେଷରେ ଚନ୍ଦ୍ରଶେଖର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା, କଳାସଂସ୍କୃତି, ଶିକ୍ଷା, ସମାଜ ସେବା ଓ ଆତ୍ମରକ୍ଷା କୌଶଳ ପ୍ରତି ଗୁରୁତ୍ୱ ଦେଇ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ଆଓମା ଗୁରୁକୁଳ ମାଲକାନଗିରି ଜିଲ୍ଲାରେ ସଫଳତାର ସହିତ କାର୍ଯ୍ୟ କରିଆସୁଛି। ଏହି ସଂସ୍ଥାର ଅନ୍ତେବାସୀ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ଭାଗନେଇ ସଫଳତା ହାସଲ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande