କୋରାପୁଟ ଜିଲା ଲଗାଣ ବର୍ଷା, ଉପୁଡିଲା ଗଛ
ଜୟପୁର, ୦୪ ଜୁଲାଇ(ହି.ସ.) – କୋରାପୁଟ ଜିଲାରେ ଲଗାଣ ବର୍ଷାରେ ବେହାଲା ହୋଇଛି ଜୟପୁର। ବର୍ଷାରେ ଜନ ଜୀବନ ଅବସ୍ତବ୍ୟସ୍ତ ହୋଇ ପଡିଛି। ସବୁ ଆଡେ ପାଣି। ବିଦ୍ୟାଳୟର କ୍ସାସ ରୁମରେ ପାଣି। ଲଗାଣ ବର୍ଷାରେ ଜୟପୁର ବ୍ଲକ ପରିସରେ ଥିବା ଏକ ଚାକୁଣ୍ଡା ଗଛ ଉପୁଡି ପଡିଥିବା ବେଳେ ସୌଭାଗ୍ୟ ବସତଃ କାହାର କିଛି
କୋରାପୁଟ ଜିଲା ଲଗାଣ ବର୍ଷା.    ଉପୁଡିଲା ଦୁଇଟି ଗଛ


ଜୟପୁର, ୦୪ ଜୁଲାଇ(ହି.ସ.) – କୋରାପୁଟ ଜିଲାରେ ଲଗାଣ ବର୍ଷାରେ ବେହାଲା ହୋଇଛି ଜୟପୁର। ବର୍ଷାରେ ଜନ ଜୀବନ ଅବସ୍ତବ୍ୟସ୍ତ ହୋଇ ପଡିଛି। ସବୁ ଆଡେ ପାଣି। ବିଦ୍ୟାଳୟର କ୍ସାସ ରୁମରେ ପାଣି। ଲଗାଣ ବର୍ଷାରେ ଜୟପୁର ବ୍ଲକ ପରିସରେ ଥିବା ଏକ ଚାକୁଣ୍ଡା ଗଛ ଉପୁଡି ପଡିଥିବା ବେଳେ ସୌଭାଗ୍ୟ ବସତଃ କାହାର କିଛି କ୍ଷତି ହୋଇ ନାହିଁ। ଅଫିସ ଖୋଲା ଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବ୍ଲକ କାଯ୍ୟାଳୟରେ ଲୋକ ଙ୍କ ଭିଡ ନଥଲା। ଫଳରେ କାହାର କିଛି କ୍ଷତି ହୋଇ ନଥିଲା। ସେହିପରି ବାରିଣିପୁଟ ସ୍ଥିତ ଓଏଚପିସି କାଯ୍ୟଳୟ ପରିସରେର ଗଛ ଉପୁଡି ପଡିଥିଲା। ଅଗ୍ନିଶମ ବିଭାଗ ସୁଚନା ପାଇ ଥିଲା। ସୁଚନା ଆଧାରରେ ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରି କ ସହ ଟିମ ପହଞ୍ଚି ଗଛ କୁ କାଟି ଥିଲେ। ଦୋକାନ ବଜାର ପ୍ରାୟ ବନ୍ଦ ରହିଥିଲା। ଜୟପୁର ପୌର ପାଳିକା ତରଫରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି ଲଗାଣ ବର୍ଷା ଯୋଗୁଁ ଯଦି କୌଣସି ସମସ୍ୟା ହୁଏ ପୌର ପାଳିକା ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳିନ ନମ୍ବରରେ ଯୋଗା ଯୋଗ କରିବାକୁ ପୌର କାଯ୍ୟନିବାହୀ ଅଧିକାରି ପୁଜା ରାଉତ ସାମାଜିକ ଗଣ ମାଧ୍ୟମରେ ଅନୁରୋଧ କରିଛନ୍ତି। ବିଦ୍ୟାଳୟ ଖୋଲା ରହିଥିଲା। ଲଗାଣ ବର୍ଷାରେ ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଭିଜି ଭିଜି ବିଦ୍ୟାଳୟ ଯାଇଥିଲେ। ଲଗାଣ ବର୍ଷା ଜାରି ରହିଥିବା ବେଳେ ଶନିବାର ଓଦା ଡ୍ରେସ ରେ ଶୀତ କାକରରେ ହିଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢିଥିଲେ। ବିଦ୍ୟାଳୟ ରେ ଛାତରୁ ପାଣି ପଡୁଥିବା ବେଳେ ଦୁଇ ତିନୋଟି ଶ୍ରେଣି ଗୋଟିଏ କୋଠରିରେ ବସି ପାଠ ପଢିଥିଲେ। ଜୟପୁରରେ ଲଗାଣ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଲାଣି। ଭୋର କୋହଲିଆ ଶୀତୁଆ ପାଗ ରହଛି । ଫଳରେ ଦୋକନ, ବଜାର ପ୍ରାୟ ବନ୍ଦ ରହିଥିବା ବେଳେ ରାସ୍ତାରେରେ ଭିଡ ନଥିବା ଜଣାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande