
କେନ୍ଦ୍ରାପଡ଼ା, ୦୬ ଜୁଲାଇ(ହି.ସ.) –ମାମୁଁ ଘରକୁ ବୁଲି ଆସିଥିବା ବେଳେ ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଯୁବକ-ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ-କାରଣ ଅସ୍ପଷ୍ଟ।ବରୁଣାଡ଼ିଆ ଗାଁରେ ଅଭାବନୀୟ ଘଟଣା।ମାମୁଁ ଘରକୁ ବୁଲି ଆସିଥିବା ବେଳେ ଜଣେ ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଅନ୍ୟଜଣେ ଯୁବକ।ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି।ଯୁବକ ଜଣଙ୍କ ହେଉଛନ୍ତି ରାଜକନିକା ଆରସା ଗାଁର ସୌରଭ ଥାଟୋଇ।ସେ ଆଜି ମାମୁଁ ଘର ବରୁଣା ଡିଆ ବୁଲିବାକୁ ଆସିଥିଲେ।ସୌରଭ ମାମୁଁ ଘର ପାଖରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ଅତର୍କିକ ଭାବେ ଆସି ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲା।ଫଳରେ ସୌରଭଙ୍କ ହାତ ପାପୁଲିର ୭୦ପ୍ରତିଶତ କଟିଯାଇଛି।ଏ। ସମ୍ପର୍କରେ ରାଜକନିକା ପୋଲିସକୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ରବି