ଉନ୍ମତ ଯୁବକର ଶାବଳ ମାଡରେ ଦାଦା ଗୁରୁତର
ପିଡୀତାଙ୍କ ସହ ଗ୍ରାମବାସୀଙ୍କ ସଦର ଥାନା ଆଗରେ ଧାରଣା କେନ୍ଦ୍ରାପଡ଼ା ପଡୋଶୀ ଖୁଡିଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଦାଦାଙ୍କୁ ଶାବଳରେ ବାଡ଼େଇ ଗୁରୁତର କରିଦେଲେ ଉନ୍ମତ ଯୁବକ କ୍ଷ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପଡା ଗାଁର ଘଟିଛି ଏହି ଘଟଣା କ୍ଷ ଦାଦା ଶଶିକାନ୍ତ ଦାଶ ଗୁରୁତର ଅବସ୍
ଉନ୍ମତ ଯୁବକର ଶାବଳ ମାଡରେ ଦାଦା ଗୁରୁତର


ପିଡୀତାଙ୍କ ସହ ଗ୍ରାମବାସୀଙ୍କ ସଦର ଥାନା ଆଗରେ ଧାରଣା

କେନ୍ଦ୍ରାପଡ଼ା ପଡୋଶୀ ଖୁଡିଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଦାଦାଙ୍କୁ ଶାବଳରେ ବାଡ଼େଇ ଗୁରୁତର କରିଦେଲେ ଉନ୍ମତ ଯୁବକ କ୍ଷ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପଡା ଗାଁର ଘଟିଛି ଏହି ଘଟଣା କ୍ଷ ଦାଦା ଶଶିକାନ୍ତ ଦାଶ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅଛନ୍ତି କ୍ଷ ଅଭିଯୋଗ ଅନୁଯାୟୀ ନରଣପଡା ଗାଁର ସଂଘମିତ୍ରା ଦାଶଙ୍କୁ ତାଙ୍କ ପଡୋଶୀ ସଂପର୍କୀୟ ପୁତୁରା ନିଳାଦ୍ରି ଦାଶ ଗତ କିଛି ମାସ ଧରି ପ୍ରେମ ନିବେଦନ କରି ଆସୁଥିଲେ କ୍ଷ ଏମିତିକି ବିଭିନ୍ନ ସମୟରେ ତାଙ୍କ ଉପରେ ଖରାପ ନଜର ରଖୁଥିଲେ ଓ ବିଭିନ୍ନ ପ୍ରକାର ଇଙ୍ଗିତ ଦେବା ସହ ପୂର୍ବରୁ ତାଙ୍କ ପୁଅକୁ ଛୁରାମାଡ କରିବା, ଘରକୁ ଟେକା ଫୋପାଡିବା, ଅଶୀଳ ଭାଷାରେ ଗାଳିଗୁଲଜ କରିବା ପ୍ରଭୃତି ନିଳାଦ୍ରୀ ବିରୋଧରେ ଥାନାରେ ଅଭିଯୋଗ ଥିଲେ ମଧ୍ୟ ପୋଲିସ କୈାଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ଫଳରେ ନିଳାଦ୍ରୀର ଦୈାରାତ୍ମ୍ୟ ଦିନକୁ ଦିନ ବଢି ଗତକାଲି ରାତିରେ ଉଗ୍ରରୂପ ଧାରଣ କରିଛି । ଏଭଳି ଘଟଣାର ସଂଘମିତ୍ରା ପ୍ରତିବାଦ କରିବାରୁ ନିଳାଦ୍ରି କ୍ରୋଧାନ୍ବିତ ହୋଇ ସଂଘମିତ୍ରାଙ୍କ ସ୍ଵାମୀ ଶଶିକାନ୍ତ ଦାଶଙ୍କୁ ରବିବାର ସନ୍ଧ୍ୟାରେ ଏକ ଶାବଳରେ ଆକ୍ରମଣ କରିଥିଲେ କ୍ଷ ଏହି ସମୟରେ ଅଭିଯୁକ୍ତ ନିଳାଦ୍ରିର ବାପା ପ୍ରଦୀପ୍ତ କିଶୋର ଦାଶ ଘଟଣା ସ୍ଥଳରେ ପହଞ୍ଚି ଶଶିକାନ୍ତଙ୍କୁ ମାଡ ମାରିଥିଲେ କ୍ଷ ବାପ ପୁଅଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ତଳେ ପଡିଯାଇଥିଲେ ଶଶିକାନ୍ତ । ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା କ୍ଷ ଘଟଣା ଘଟିବା ପରେ ଅଭିଯୁକ୍ତ ବାପ ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି କ୍ଷ ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଳମ୍ବ କରିବା ଅଭିଯୋଗରେ ଶଶିକାନ୍ତଙ୍କ ସ୍ତ୍ରୀ ସଂଘମିତ୍ରା ଓ ଗ୍ରାମବାସୀ କେନ୍ଦ୍ରାପଡା ସଦର ଥାନା ଆଗରେ ଧାରଣାରେ ବସିଛନ୍ତି କ୍ଷ

06 ଜୁଲାଇ (ହି.ସ.)

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande