
କେନ୍ଦ୍ରାପଡ଼ା, ୦୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ମେରେଇନ ଓ ମାର୍ଶାଘାଇ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ଚନ୍ଦା ଖିଲର(ବୟସ-୫୦)ଙ୍କ ଠାରୁ ୨୭ ଲିଟର ଦେଶୀ ରନ୍ଧା ମଦ, ବଉଳକଣି ଗ୍ରାମର ରବି ଖିଲର (ବୟସ-୫୦)ଙ୍କ ଠାରୁ ୮୫୦ କିଗ୍ରାର ଗୁଡ ପୋଚ ମଦ, ଗୌରାଙ୍ଗ ରାଉତ(ବେଶ-୨୫) ଙ୍କ ଠାରୁ ୬୫୦ କିଗ୍ରା ର ଗୁଡ ପୋଚ ମଦ, ବଡପାଳ ଗ୍ରାମର ଶୋଭ ବେହେରା(ବୟସ-୫୮)ଙ୍କ ଠାରୁ ୭୧ ଲିଟର ବିଦେଶୀ ମଦ, ତିଖିରି ଗ୍ରାମର ତୁନିଲତା ପଲାଇ(ବୟସ-୩୦)ଙ୍କ ଠାରୁ ୬୨ ଲିଟର ବିଦେଶୀ ମଦ ଓ ଡେକାନୀ ଗ୍ରାମର ନୃସିଂହ ପ୍ରଧାନ(ବୟସ-୪୫) ଙ୍କ ଠାରୁ ୩୫୪ ଲିଟର ଗୁଡପୋଚ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାକ୍ଷରୁ ସମୁଦାୟ ୨୦୧୪ ଲିଟର ବିଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୦୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି। ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି