କେନ୍ଦୁଝରରେ ହେବ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ
କେନ୍ଦୁଝର, ୦୬ ଜୁଲାଇ(ହି.ସ.) – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟର ଗରିବ ପରିବାରଙ୍କ ପାଇଁ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କିଲୋ ଚାଉଳ ପ୍ରଦାନ କରାଯାଉଛି। ଏହି ଜନହିତକର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ
କେନ୍ଦୁଝରରେ ହେବ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ


କେନ୍ଦୁଝର, ୦୬ ଜୁଲାଇ(ହି.ସ.) – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟର ଗରିବ ପରିବାରଙ୍କ ପାଇଁ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କିଲୋ ଚାଉଳ ପ୍ରଦାନ କରାଯାଉଛି। ଏହି ଜନହିତକର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ରାଜ୍ୟରେ 'ଧନ୍ୟବାଦ ମୁଖ୍ୟମନ୍ତ୍ରୀ' କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ତଥା ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି, ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ବଶିଷ୍ଠ ନେତା ମହେଶ୍ୱର ସାହୁ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ, ଆସନ୍ତା ୧୦ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ କେନ୍ଦୁଝର ପାର୍କ ଲାଇନ ଅଡିଟୋରିଅମଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୃ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ଏବଂ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେବେ। ଏହାସହିତ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶୁକଦେବ ମହାନ୍ତଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ହଜାର ହଜାର ହିତାଧିକାରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗରିବ କଲ୍ୟାଣ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାକୁ ନେଇ ସ୍ଥାନୀୟ ଅଂଚଳରେ ହିତାଧିକାରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande