ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ
କେନ୍ଦ୍ରାପଡ଼ା- 06 ଜୁଲାଇ (ହି.ସ.) କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ପଂଚାୟତ ର ଆୟବା ଗ୍ରାମସ୍ଥ ମା’ ବଜ୍ର ମହାକାଳୀ ଯୁବକ ସଂଘ ଆନୁକୂଲ୍ୟରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଇଛି । କ୍ଲବ ସଭାଗୃହ ରେ ଆଜି ଅପରାହ୍ନରେ ଏକ ଆଲୋଚନା ଚକ୍ର ଅନୁଷ
ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ


କେନ୍ଦ୍ରାପଡ଼ା- 06 ଜୁଲାଇ (ହି.ସ.) କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ପଂଚାୟତ ର ଆୟବା ଗ୍ରାମସ୍ଥ ମା’ ବଜ୍ର ମହାକାଳୀ ଯୁବକ ସଂଘ ଆନୁକୂଲ୍ୟରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଇଛି । କ୍ଲବ ସଭାଗୃହ ରେ ଆଜି ଅପରାହ୍ନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବିନାରାୟଣ ପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଳଦେବ ହାଇସ୍କୁଲର ପ୍ରଧାନ ଶିକ୍ଷକ ଟିଟିକାନ୍ତ ନାୟକ ମୁଖ୍ୟ ବକ୍ତା, ମାଇ ଭାତ ସଂଗଠନର ଲକ୍ଷ୍ମୀକାନ୍ତ ଜେନା ଓ ବଜ୍ର ମହାକାଳୀ ଯୁବକ ସଂଘର ସଭାପତି ଅରକ୍ଷିତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଡ଼ଃ ମୁଖାର୍ଜୀଙ୍କର ଦେଶ ପାଇଁ ତ୍ୟାଗ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଯୁବକ ଯୁବତୀ ଛାତ୍ର ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ଜୟନ୍ତୀ ପାଳନ କରିଥିଲେ । ଶେଷରେ ସାମ୍ବାଦିକ ବିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande