
ଜୟପୁର 06 ଜୁଲାଇ (ହି.ସ.) ବିକ୍ରମ ଦେବ ବର୍ମା ଚିନ୍ତା ଓ ଚେତନା ପରିଷଦ ଜୟପୁର ତରଫ ରୁ ମହାରାଜା ବିକ୍ରମ ଦେବ ବର୍ମା ଙ୍କ ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ହରି ହର କରସୁଧା ପଟ୍ଟନାୟକ ମହର୍ଷି ବିକ୍ରମ ବର୍ମା ଙ୍କ ଜୀବନୀ ଓ ସାହିତ୍ୟିକ କୃତି ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଜଯପୁର ରାଜା ଏକା ଧାରାରେ ଏକ ବିଶିଷ୍ଟ ସାହିତ୍ୟକ, ସୁ ଶାସକ,, ଦକ୍ଷ ପଣ୍ଡିତ ଥିଲେ। ଜଯପୁର ର ଗର୍ବ ଓ ଗୌରବ। ଏହି କାର୍ଯ୍ୟକ୍ରମ ର ସଞ୍ଚାଳନ କରିଥିଲେ ନିରଞ୍ଜନ ପାଣିଗ୍ରାହୀ । ପ୍ରଧାନ ଶିକ୍ଷୟତ୍ରୀ ବି ସୁଜାତା, ସିଟି ଇଂରାଜୀ ବିଦ୍ୟାଳୟ ର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି