
୮ ମହିଳା ସଦସ୍ୟା ନିର୍ବାଚିତ
କେନ୍ଦ୍ରାପଡ଼ା-06 ଜୁଲାଇ (ହି.ସ.): କେନ୍ଦ୍ରାପଡା ଜିଲ୍ଲା ଯୋଜନା କମିଟି ପୂର୍ଣ୍ଣାଙ୍ଗ ରୂପ ଧାରଣ କରିଛି । ପୂର୍ବରୁ ମହାକାଳପଡା ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସରକାର ଜିଲ୍ଲା ଯୋଜନା କମିଟିର ସଭାପତି ଭାବେ ଚୟନ କରିଥିବା ସହ ୭ଜଣ ସଭ୍ୟ କମିଟିକୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏହି ୧୫ ଜଣିଆ କମିଟିରେ ୮ଜଣ ମହିଳା ସଦସ୍ୟା ପଦବୀ ପାଇଁ ୧୦ ଜଣ ଆବେଦନକାରୀ ଥିବାରୁ ନିର୍ବାଚନ ଜରୁରୀ ହୋଇ ପଡିଥିଲା । ତେବେ ଆଜି ଜିଲ୍ଲା ପ୍ଲନିଂ ଅପିସରେ ଦିନ ୧୧ରୁ ୧ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ନଂ ଜୋନର ସଦସ୍ୟା ସ୍ୱାଗତିକା ରାଉତ ଓ ୧୬ନଂ ଜୋନ ସଦସ୍ୟା ଜ୍ୟୋତିମୟୀ ବେହେରା ଅନୁପସ୍ଥିତ ରହବାରୁ ଅନ୍ୟ ୮ ଜଣ ସଦସ୍ୟା ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ୫ନଂ ଜୋନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ୭ନଂ ଜେନାର ମଧୁଛନ୍ଦା ମହାନ୍ତି, ୧ନଂ ଜୋନର କନକଲତା ବେହେରା, ୯ନଂ ଜୋନର ଏଲିଜା ସ୍ୱାଇଁ, ୧୮ନଂ ଜୋନର ରଶ୍ମି ମଲିକ, ୨୯ନଂ ଜୋନର ଅମିତା ସାହୁ, ୨୧ନଂ ଜୋନର ଅନୁରାଧା ସ୍ୱାଇଁ, ୨୫ନଂ ଜୋନର ଦୁର୍ଗାବତୀ ପ୍ରଧାନ ନର୍ବାଚିତ ହୋଇଛନ୍ତି । ତେବେ ବିଧାୟକ ଗଣେଶ୍ୱର ବେହେରାଙ୍କ ଉଦ୍ୟମ ଓ ବୁଝାସୁଝା ପରେ ୨ଜଣ ସଦସ୍ୟା ସହଯୋଗ କରିଥିବାରୁ ଅ୍ୟମାନଙ୍କ ନିର୍ବାଚନ ସହଜ ହୋଇଥିଲା । ଏଥିପାଇଁ ବିଧାୟକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରବି