ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା
ଜୟପୁର, 06 ଜୁଲାଇ (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶ
ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା


ଜୟପୁର, 06 ଜୁଲାଇ (ହି.ସ.)

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ

ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବିଚାରକ ମଣ୍ଡଳୀ ଭାବରେ ଶିକ୍ଷକ ଏନ. ରାଜେଶ କୁମାର , ଶିକ୍ଷକ ସତ୍ୟ ନାରାୟଣ ଆଚାରୀ, ତାରାଭଟା ଓଏଭି ବିଦ୍ୟାଳୟର ଆର୍ଟ ଶିକ୍ଷକ ଅରବିନ୍ଦ ଦାଶ , ବୋରିଗୁମ୍ମା ସାମ୍ବାଦିକ ସଂଘ ସଭାପତି ବିଜୟ ନାରୟଣ ସାହୁ,ଓ ନୂଆଗାଁ ଶିକ୍ଷକ ରାଜେଶ ନାୟକ ଯୋଗଦାନ କରିଥିଲେ।

ଏହି ସମାଜ ସୃଜନ ଶୀଳ ଓଡିଶା କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ମଞ୍ଚାସିନ ଅତିଥି ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ଏହି ପେରିପେକ୍ଷୀରେ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟ ଥିଲା ଗୋପବନ୍ଧୁଙ୍କ ସମୟର ଗ୍ରାମୀଣ ଜନଜୀବନ । ଏହି ପ୍ରତିଯୋଗିତାରେ ତାରାଭଟା ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ କାରେଶ୍ୱର, ସରସ୍ବତୀ ଶିଶୁମନ୍ଦିର ଛାତ୍ରୀ ବୈଷ୍ଣଭି ଅମାନାତ୍ୟ, ଓ ଅର୍ଚ୍ଚିତା ମହାରଣା , ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଏବଂ କୁଇଜ ପ୍ରତିଯୋଗିତାରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅପର୍ଣ୍ଣା ସାହୁ, ସମୃଦ୍ଧି ପାତ୍ର, ଓ ମୋହନ ଗଣ୍ଡ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଵା ବେଳେ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ, ସାକିଲ ଦୋରା, ସୁଶାନ୍ତ ପଣ୍ଡା, କେ. ଗିରିବାବୁ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |କାର୍ଯ୍ୟକ୍ରମକୁ ସର୍ବପୁରାତନ ଦୈନିକ ଖବର କାଗଜ 'ସମାଜ'ର ବୋରିଗୁମ୍ମା ପ୍ରତିନିଧି ଜି.ମୋହନ ଦୋରା ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande