
ରାଉରକେଲା, ୧ ଅଗଷ୍ଟ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଚଂଳ ଅନ୍ତର୍ଗତ ତେନ୍ତୁଳିଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସମ୍ବାରୀ ମୁଣ୍ଡା (୬୦) । ସେ ପରିସ୍ରା କରିବାକୁ ନିଜ ଘରୁ ବାହାରକୁ ବାହାରୁଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା । ଲୋକେ ଏହା ଦେଖିବା ପରେ ଦନ୍ତାକୁ ସେଠାରୁ ଘଉଡାଇ ସମ୍ବାରୀଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ