
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ
କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ
କ୍ରୀଡା 2026 ରେ ପୁରୁଷ ୬୦ କେଜି ଜୁଡୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ
ହର୍ଷ ସିଂହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଐତିହାସିକ ବିଜୟ, ଅସାଧାରଣ
କୌଶଳ ଏବଂ ଅଦମ୍ୟ ଦୃଢ଼ ସଂକଳ୍ପ ସମଗ୍ର ଦେଶକୁ ଗର୍ବିତ କରିଛି। ଟିମ୍ ଇଣ୍ଡିଆର ନିରନ୍ତର ସଫଳତା
ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।
ଅନ୍ୟ ଏକ ଟ୍ୱିଟରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଡେକାଥଲନ୍ ପ୍ରତିଯୋଗିତାରେ
ବ୍ରୋଞ୍ଜ ପଦକ ଜିତିଥିବାରୁ ତେଜସ୍ୱିନ ଶଙ୍କରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। କମନୱେଲ୍ଥ ଗେମ୍ସରେ
ଡେକାଥଲନ୍ ପ୍ରତିଯୋଗିତାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଭାବେ ଆପଣଙ୍କ ଏହି ଐତିହାସିକ ସଫଳତା
ସାରା ଦେଶର କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଟିମ୍ ଇଣ୍ଡିଆର ନିରନ୍ତର
ସଫଳତା ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।
ଆଉ ଏକ ଟ୍ୱିଟ କରି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୭ କେଜି ଜୁଡୋ
ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ
ମୌର୍ଯ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ କୌଶଳ,
ଦୃଢ଼ ସଂକଳ୍ପ ଏବଂ ଜୁଝାରୁ ମନୋଭାବ ସମଗ୍ର ଦେଶକୁ ଗର୍ବିତ କରିଛି।
ଟିମ୍ ଇଣ୍ଡିଆର ନିରନ୍ତର ସଫଳତା ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।
ସୋସିଆଲ ମିଡିଆରେ ଶୁଭେଚ୍ଛା
ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ
ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୮୫.୪୧ ମିଟର ଥ୍ରୋ ସହ ବ୍ରୋଞ୍ଜ
ପଦକ ଜିତିଥିବାରୁ ଯଶ ବୀର ସିଂହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଚମତ୍କାର ପ୍ରଦର୍ଶନ ଏବଂ
ଶକ୍ତିଶାଳୀ ଅନ୍ତିମ ଥ୍ରୋ ସମଗ୍ର ଦେଶକୁ ଗର୍ବିତ କରିଛି। ଟିମ୍ ଇଣ୍ଡିଆର ନିରନ୍ତର ସଫଳତା ପାଇଁ
ମୋର ଆନ୍ତରିକ ଶୁଭେଚ୍ଛା।
ଅନ୍ୟ ଏକ ବାର୍ତ୍ତାରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଥ୍ରୋ
ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଉଲ୍ଲେଖନୀୟ ନିରନ୍ତରତା, ଦୃଢ଼ ସଂକଳ୍ପ ଏବଂ କ୍ରୀଡ଼ା
କ୍ଷେତ୍ରରେ ଉତ୍କର୍ଷତା ସମଗ୍ର ଦେଶକୁ ସଦା ଗର୍ବିତ କରିଆସୁଛି। ଟିମ୍ ଇଣ୍ଡିଆର ନିରନ୍ତର ସଫଳତା
ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା