ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସର୍ଭେକ୍ଷଣ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ଜିଲ୍ଲାର ବନ୍ୟା ପରିସ୍ଥ
ଆକାଶ ମାର୍ଗରୁ     ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଓଡ଼ିଶାର ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ଶନିବାର ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା

ପାଇଁ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସର୍ଭେକ୍ଷଣ କରିଥିଲେ। ଏହି ଅବସରରେ ସେ ବିଭିନ୍ନ

ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ।

ଏହି ହେଲିକପ୍ଟର ସର୍ଭେକ୍ଷଣ

ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍

କମିଶନର (ଏସଆରସି) ମଧ୍ୟ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ସର୍ଭେକ୍ଷଣ ମାଧ୍ୟମରେ ପ୍ରଶାସନ

ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତିର ଆକଳନ କରିବା ସହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ଫଳପ୍ରଦ

କରିବା ଉପରେ ଗୁରୁତ୍ୱ ଦେଇଥିଲା ।

ଅନ୍ୟପଟେ ସୋସିଆଲ ମିଡିଆରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ

ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସମସ୍ତ ନିୟୋଜିତ ଟିମ୍ ମଧ୍ୟରେ

ନିରନ୍ତର ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଛି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଆମର

ସର୍ବୋଚ୍ଚ ପ୍ରାଥମିକତା। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ ଓ ସୁରକ୍ଷିତ ରହିବା ସହ

ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande