ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଅଗଷ୍ଟ 1ରୁ 7 ଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଏ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅପିଲ କ
ବିଶ୍ୱ ସ୍ତନ୍ୟପାନ ସପ୍ତାହରେ     ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଅଗଷ୍ଟ 1ରୁ 7

ଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଏ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା

ଜଣାଇବା ସହ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅପିଲ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସମସ୍ତ ମା'ମାନଙ୍କୁ

ମୋର ଆନ୍ତରିକ ଅନୁରୋଧ—ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ

କରନ୍ତୁ। ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା'ର କ୍ଷୀର ହିଁ ଶିଶୁକୁ ଦିଅନ୍ତୁ ଏବଂ ପରେ ଉପଯୁକ୍ତ ପୂରକ ଖାଦ୍ୟ ସହ

୨ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ସ୍ତନ୍ୟପାନ ଜାରି ରଖନ୍ତୁ।

ମନ୍ତ୍ରୀ କହିଛନ୍ତି ଯେ, ଶିଶୁର

ସୁସ୍ଥ ଜୀବନର ଶୁଭାରମ୍ଭ ହୁଏ ମା'ର ସ୍ନେହ ଓ ସ୍ତନ୍ୟପାନରୁ। ମା'ର କ୍ଷୀର ହେଉଛି ଶିଶୁ ପାଇଁ

ପ୍ରକୃତିର ସର୍ବୋତ୍ତମ ଉପହାର। ଆସନ୍ତୁ,

ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେଇ ସୁସ୍ଥ ଓ ସଶକ୍ତ ଭବିଷ୍ୟତ ଗଢ଼ିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande