ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡା 2026 ରେ ମହିଳା ୫୭ କେଜି ଜ
ରାଜ୍ୟଗୋଷ୍ଠୀ କ୍ରୀଡାରେ     ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ରାଜ୍ୟଗୋଷ୍ଠୀ

କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ

କ୍ରୀଡା 2026 ରେ ମହିଳା ୫୭ କେଜି ଜୁଡୋ ପ୍ରତିଯୋଗିତାରେ

ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ। ଆପଣଙ୍କ ଆଗାମୀ ଜୀବନରେ ଆହୁରି ଅନେକ ସଫଳତା ଓ ମାଇଲଖୁଣ୍ଟ ଛୁଅଁନ୍ତୁ ବୋଲି ଶୁଭେଚ୍ଛା।

ରାଜ୍ୟଗୋଷ୍ଠୀ କ୍ରୀଡା 2026 ରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ

ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ନିରନ୍ତର ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଓ

ପରିଶ୍ରମ ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଆସୁଛି। ଆଗାମୀ ଦିନରେ ଆପଣ ଆହୁରି ଅନେକ ସଫଳତା ହାସଲ

କରନ୍ତୁ ବୋଲି ଅନେକ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande