ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୂଆପଡ଼ା,୧୨ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖଡ଼ିଆଳ ଥାନା ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ଅଧ୍ୟକ୍ଷତାର
Cyber security awerness


ନୂଆପଡ଼ା,୧୨ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖଡ଼ିଆଳ ଥାନା ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ବ୍ୟବହାର ଓ ଗୋପନୀୟତା, ଆର୍ଥିକ ଠକେଇରୁ ସୁରକ୍ଷା, ଆଇନଗତ ସହାୟତା, ପାସୱାର୍ଡ ଏବଂ ଅନଲାଇନ୍ ଆକାଉଣ୍ଟ ସୁରକ୍ଷା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଇନ୍ସପେକ୍ଟର ପ୍ରତିମା ଡୁଙ୍ଗଡୁଙ୍ଗ, ଏଏସ୍ଆଇ କାଶୀନାଥ ଯୋଷୀ ଓ ଆର୍.ଆର୍. କ୍ରିଷ୍ଣା ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଅନଲାଇନ୍ ଠକେଇରୁ କିପରି ସୁରକ୍ଷିତ ରହିବେ, ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସାଇବର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଅଧିକାରୀମାନେ ସେଗୁଡ଼ିକର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରିଥିଲେ। କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗଜେନ୍ଦ୍ର ହରିଜନ, ପ୍ରତୀକ୍ଷା ରାଣୀ ମେହେର, ପୁନମ ମାଝୀ, ପୁଷ୍ପାଞ୍ଜଳି ମହାପାତ୍ରଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande