ଦକ୍ଷିଣ ଆଂଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ଆର୍ôଥକ ସଂଘୀୟ ବ୍ୟବସ୍ଥା
ନଦୀ ଜଳ ଏବଂ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇଲେ ମହାବଳୀପୁରମ, ୨୦ ଅଗଷ୍ଟ(ହି.ସ.) – ତାମିଲନାଡୁର ମହାବଳୀପୁରମ ଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକ ଚାଲିଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଏବଂ ତେଲେଙ୍ଗା
ଦକ୍ଷିଣ ଆଂଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ଆର୍ôଥକ ସଂଘୀୟ ବ୍ୟବସ୍ଥା


ନଦୀ ଜଳ ଏବଂ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇଲେ

ମହାବଳୀପୁରମ, ୨୦ ଅଗଷ୍ଟ(ହି.ସ.) – ତାମିଲନାଡୁର ମହାବଳୀପୁରମ ଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକ ଚାଲିଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି।

ଏହି ବୈଠକରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ ଦକ୍ଷିଣ ରାଜ୍ୟଗୁଡ଼ିକର ଆର୍ôଥକ ଯୋଗଦାନ, ଆର୍ôଥକ ସଂଘୀୟ ବ୍ୟବସ୍ଥା, ନଦୀ ଜଳ ଅଧିକାର, ନିଶାଦ୍ରବ୍ୟ ନିୟନ୍ତ୍ରଣ ଏବଂ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ।

ବିଜୟ କହିଛନ୍ତି ଯେ ଦକ୍ଷିଣ ରାଜ୍ୟଗୁଡ଼ିକ ମିଳିତ ଭାବେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ୩୦ ପ୍ରତିଶତରୁ ଅଧିକ ଯୋଗଦାନ କରନ୍ତି ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ଅଟନ୍ତି। ଅନ୍ଲାଇନ ବିକ୍ରି, ବେଆଇନ ବଂଟନ ଏବଂ ଆନ୍ତଃରାଜ୍ୟ ଚୋରାଚାଲାଣ ଜରିଆରେ ଯୁବକମାନଙ୍କ ନିକଟରେ ନିଶାଦ୍ରବ୍ୟ ପହଂଚୁଥିବାରୁ ସେ ଚିନ୍ତା ବ୍ୟକ୍ତ କରିଥିଲେ। ଦକ୍ଷିଣ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଏବଂ ଚୋରା କାରବାର ନେଟୱାର୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆହ୍ୱାନ କରିଥିଲେ। କେବଳ ଏକ ନିଶାମୁକ୍ତ ତାମିଲନାଡ଼ୁ ନୁହେଁ, ଏକ ନିଶାମୁକ୍ତ ଦକ୍ଷିଣ ଭାରତ ସୃଷ୍ଟି କରାଯିବା ଉଚିତ'।

ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟ ସୀମା ବାହାରେ ସାଧାରଣ ଶିଳ୍ପ ଏବଂ ପରିବହନ ହବ୍ ଏବଂ ଶିଳ୍ପ ଏବଂ ପରିବହନ କରିଡର ବିକଶିତ କରିବାକୁ ଚାହୁଁଥିଲେ ଯାହା ଉତ୍ପାଦନ ହବ୍କୁ ବନ୍ଦର ସହିତ ସଂଯୋଗ କରିବ। ତାଙ୍କ ମତରେ, ଏହା ରପ୍ତାନୀ ପ୍ରତିଦ୍ୱନ୍ଦ୍ୱିତାକୁ ବୃଦ୍ଧି କରିବ ଏବଂ ବିଦେଶୀ ନିବେଶକୁ ପ୍ରୋତ୍ସାହିତ କରିବ। ବେଙ୍ଗାଲୁରୁର ବୋମ୍ମାସନ୍ଦ୍ରା ଠାରୁ ହୋସୁର ପର୍ଯ୍ୟନ୍ତ ମେଟ୍ରୋ ରେଳ ସଂଯୋଗ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ସେ ଅନୁରୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande