ଆମେରିକାର ରାଷ୍ଟ୍ରଦୂତ ସାର୍ଜିଓ ଗୋରେ ତାଙ୍କର ପ୍ରଥମ ଗସ୍ତରେ ଗୁରୁବାର ପହଂଚିଲେ ଲେହରେ
ଶ୍ରୀନଗର, ୨୦ ଅଗଷ୍ଟ(ହି.ସ.) – ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରରେ ଭେଟିବା ପରେ ଆମେରିକାର ରାଷ୍ଟ୍ରଦୂତ ସାର୍ଜିଓ ଗୋରେ ଲଦାଖକୁ ତାଙ୍କର ପ୍ରଥମ ଗସ୍ତରେ ଗୁରୁବାର ଦିନ ଲେହରେ ପହଂଚିଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ ଗୋର ଆଜି ସକାଳେ ଶ୍ରୀନଗରରୁ ଲେହ ଅଭିମୁଖେ ବା
ଆମେରିକାର ରାଷ୍ଟ୍ରଦୂତ ସାର୍ଜିଓ ଗୋରେ ତାଙ୍କର ପ୍ରଥମ ଗସ୍ତରେ ଗୁରୁବାର ପହଂଚିଲେ ଲେହରେ


ଶ୍ରୀନଗର, ୨୦ ଅଗଷ୍ଟ(ହି.ସ.) – ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରରେ ଭେଟିବା ପରେ ଆମେରିକାର ରାଷ୍ଟ୍ରଦୂତ ସାର୍ଜିଓ ଗୋରେ ଲଦାଖକୁ ତାଙ୍କର ପ୍ରଥମ ଗସ୍ତରେ ଗୁରୁବାର ଦିନ ଲେହରେ ପହଂଚିଛନ୍ତି।

ଅଧିକାରୀ ଜଣକ କହିଛନ୍ତି ଯେ ଗୋର ଆଜି ସକାଳେ ଶ୍ରୀନଗରରୁ ଲେହ ଅଭିମୁଖେ ବାହାରିଥିଲେ। ବୁଧବାର ଦିନ ଆମେରିକା ରାଷ୍ଟ୍ରଦୂତ ଶ୍ରୀନଗରରେ ପହଂଚିି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟିଥିଲେ। ସେ ଏହି ବୈଠକକୁ ବହୁତ ଭଲ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ' ବୋଲି ବର୍ଣ୍ଣନା କରିଥିଲେ। ଦକ୍ଷିଣ ଏବଂ ମଧ୍ୟ ଏସିଆରେ ଆମେରିକାର ରାଷ୍ଟ୍ରଦୂତ ଥିବା ଗୋରେ ଜାମ୍ମୁ କାଶ୍ମୀରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ସମସ୍ତେ ଜାଣନ୍ତି, ମୁଁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏବଂ ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୁଁ ପ୍ରଥମ ଥର ପାଇଁ ଏଠାକୁ ଆସିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande