ସ୍ପଷ୍ଟ ଦିବାଲୋକରେ ସଂଘ ବଦ୍ଧ ଭାବେ ଯୁବକକୁ ହତ୍ୟା ମାମଲା ୫ ଗିରଫ
Bhubaneswar, 22 ଅଗଷ୍ଟ (ହି.ସ.) ଜୟପୁର ଜୟପୁର ରେ ସ୍ପଷ୍ଟ ଦିବାଲୋକରେ ଯୁବକକୁ ହତ୍ୟା । ମାମଲାର ପ୍ରଦାଫଶ କରିଛି ଟାଉନ ପୋଲିସ । ୨ଜଣ ନାବାଳକ ସହ ୫ ଜଣକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରଣ୍ଡାପାଲ୍ଲିର ଜଗା ହରିଜନ (୨୦), ଉମୁରି ଗ୍ରାମର ଦିନେଶ କୁମାର ହରିଜନ (୨୦)
ସ୍ପଷ୍ଟ ଦିବାଲୋକରେ ସଂଘ ବଦ୍ଧ ଭାବେ  ଯୁବକକୁ ହତ୍ୟା  ୫ ଗିରଫ


Bhubaneswar, 22 ଅଗଷ୍ଟ (ହି.ସ.)

ଜୟପୁର

ଜୟପୁର ରେ ସ୍ପଷ୍ଟ ଦିବାଲୋକରେ ଯୁବକକୁ ହତ୍ୟା । ମାମଲାର ପ୍ରଦାଫଶ କରିଛି ଟାଉନ ପୋଲିସ । ୨ଜଣ ନାବାଳକ ସହ ୫ ଜଣକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରଣ୍ଡାପାଲ୍ଲିର ଜଗା ହରିଜନ (୨୦), ଉମୁରି ଗ୍ରାମର ଦିନେଶ କୁମାର ହରିଜନ (୨୦) ସୁଣ୍ଡି କେବିଡି ଗ୍ରାମର ଚନ୍ଦ୍ର କାନ୍ତ ହରିଜନ (୧୯) । ସହ ୨ ଜଣ ନାବାଳକ ରହିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ୨ ଜଣଙ୍କୁ ଜୁଭେ ଲାଇନ ଜଷ୍ଟିଜ ବୋର୍ଡ ଙ୍କ ନିକଟରେ ହାଜର କରାଯାଇଛି । ପୋଲିସ ସୁଚନା ଅନୁଯାଇ ଗତ ଅଗଷ୍ଟ ୨୧ ତାରିଖରେ କେଟିଏମ ସୋରୁମ ନିକଟରେ କିଶନ କୁଳଦୀପ (୧୯) ହତ୍ୟା କରାଯାଇଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ୩୨୦/୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ ତଦନ୍ତ ସହ ଶବ ବ୍ୟବଛେଡ କରାଯାଇଥିଲା । ଏହା ସହ ସିସି ଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଥିଲା । ୫ ଜଣ ଦୁବୁତ୍ତ ଆକ୍ରମଣ କରି ହତ୍ୟା କରିଥିଲେ । ଛୁରି ସହ ଲୁହା ରଡ ଜବତ କରିଥିଲେ । ପ୍ରଥମେ ଅଭିଯୁକ୍ତ ଜଗା ହରଜିନ ଗିରଫ ଥିବା ବେଳେ ତା ବୟାନ ଆଧାରେ ଅନ୍ୟ ମାନଙ୍କୁ କାବୁ କରାଯାଇଥିଲା । ୨ ବାଇକ, ମୋବାଇଲ ଫୋନ, ଛୁରି , ଲୁହାରଡ ଜବତ କରି ଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲସା ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି । ସୁଚନା ଅନୁଯାଇ ୨୬ ର ରତ୍ନାକରଗୁଡା ନିକଟ ସୌରାଗୁଡା ରାସ୍ତାରେ ସଂଘ ବଦ୍ଧ ଭାବେ ଛୁରିରେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ କେବିଡି ଗ୍ରାମର ଦେବାଶିଷ କିଶନ କୁଳଦୀପ (୧୯) । ପ୍ରଥମେ ରତ୍ନାକରଗୁଡା ରେ ଥିବା ବାଇକ ସୋ ରୁମ ସମ୍ମୁଖରେ ଆକ୍ରମଣ କରି ଗୋଡାଇ ଗୋଡାଇ ନେଇ ସୌରାଗୁଡା ରାସ୍ତାରେ ହତ୍ୟା କରିଥିଲେ । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ୨୬ର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ଉପ ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ସୁଚନା ପାଇ ଜୟପୁର ଏସଡିପିଓ ଅଚ୍ଚିତା ମିତ୍ତଲ , ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ପହଞ୍ଚି ଥିଲେ । ରାସ୍ତା ରୋକ ସମୟରେ ଜୟପୁର ଉପ ଜିଲାପାଳ ଯଦୁ ମଣି ନାୟକ ପହଞ୍ଚି ବୁଝା ସୁଝା କରିଥିଲ । ସୁଚନା ଅନୁଯାଇ ମୃତକ ଜଣକ କେବିଡି ଗ୍ରାମର କିଶନ କୁଳଦୀପ ଜୟପୁର ଆସିଥିଲେ । ରତ୍ନାକରଗୁଡା ନିକଟରେ ୮ ଜଣ ବୁବୁତ୍ତ ମିଶି ଛୁରିରେ ଆକ୍ରମଣ କରିଥିଲେ । କିଶନର ଶରିରରେ ୪ଟି ସ୍ଥାନରେ କ୍ଷତାକ୍ତ କରିଥିଲେ । ଗୁରୁତର ଅବସ୍ଥାରେ କିଶନକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ବୋରିଗୁ୍ମା କଲେଜରେ ଯୁକ୍ତ ଦୁଇ ପଡୁଥିବା ଜଣାଯାଇଛି । ମୃତକ ଜଣ ମୋବାଇଲ ମରାମତି ସହ ବାଇକ ମରାମତି ପାଇ ଜୟପୁର ଆସିଥିବା ବେଳେ ୮ ଜଣ ଦୁବୁତ୍ତ ମିଶି ହତ୍ୟା କରିଥିବା ମୃତକଙ୍କ ମା ଅଭିଯୋଗ କରିଛନ୍ତି । ଦୁବୁତ୍ତ ମାନଙ୍କୁ ଗିରଫ ଦାବିରେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲ । ଉପ ଜିଲାପାଳ ଓ ଏସଡିପିଓ ବୁଝା ସୁଝା କରିବାପରେ ରାସ୍ତା ରୋକରୁ ଓହରିଥିଲେ । ଏନେଇ ଜୟପୁର ଟାଉନ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲାି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande