

ସମ୍ବଲପୁର, ୨୨, ଅଗଷ୍ଟ (ହି.ସ.) ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ- ଜିଏମୟୁର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଛଅ ଦିନିଆ ମୌଳିକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ବିବେକାନନ୍ଦ କେନ୍ଦ୍ର, ଓଡ଼ିଶା ପ୍ରାନ୍ତର ସହଯୋଗରେ ଏହି ପ୍ରଶିକ୍ଷଣ ଆୟୋଜିତ ହୋଇଛି।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ବ୍ୟୋମକେଶ ତ୍ରିପାଠୀ ଆତ୍ମରକ୍ଷା କୌଶଳ ଅର୍ଜନ କରିବା ଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସଚେତନତା ବିକାଶ ପାଇବ। ନିଜ ସୁରକ୍ଷା ପାଇଁ ପ୍ରତ୍ୟେକ ଛାତ୍ରୀ ମୌଳିକ ଆତ୍ମରକ୍ଷା କୌଶଳ ଜାଣିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ଅଧ୍ୟକ୍ଷା ପ୍ର. ଅଞ୍ଜଳି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ସଂଯୋଜିକା ଡ. ସୁଶ୍ରୀ ସସ୍ମିତା ପତି ଙ୍କ ସଂଯୋଜନା ପ୍ରଶିକ୍ଷଣରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ମୌଳିକ କୌଶଳ ସହିତ ବିପଦପୂର୍ଣ୍ଣ ପରିସ୍ଥିତି ଚିହ୍ନଟ କରିବା, ସଚେତନ ରହିବା ଏବଂ ଆବଶ୍ୟକ ସମୟରେ ନିଜକୁ ସୁରକ୍ଷିତ ରଖିବାର ବ୍ୟବହାରିକ କୌଶଳ ପ୍ରଦାନ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ