

ସମ୍ବଲପୁର, ୨୨, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନ ବିଶ୍ୱ ଫୋଟୋଗ୍ରାଫି ଦିବସରେ ଆରମ୍ଭ ହୋଇଥିବା ଫୋଟୋ ପ୍ରଦର୍ଶନୀ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି କ୍ଷ ସାମ୍ବାଦିକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ସଂଚୟ ଓ ଆର୍ôଥକ ସେବା ର ସହ ନିର୍ଦେଶକ ନୀଳାଂଚଳ ସେଠି, ସମ୍ମାନିତ ଅତିଥି ଭାବରେ ଚଢେଇ କ୍ଲବର ସମ୍ପାଦକ ପ୍ରଶାନ୍ତ ପ୍ରଧାନ ଯୋଗ ଦେଇଥିଲେ କ୍ଷ ସମ୍ବଲପୁର ସାମ୍ବାଦିକ ସଂଘ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ଦେବା ସହ ଏହି ବିଶ୍ୱ ଫୋଟୋଗ୍ରାଫି ଦିବସ ରେ ଫୋଟୋ ପ୍ରଦର୍ଶନୀ ର ଆୟୋଜନ କରିବାର ଉଦେଶ୍ୟ ବିଷୟରେ କହିଥିଲେ କ୍ଷ ଶ୍ରୀ ପାଣିଗ୍ରାହୀ ଫୋଟଗ୍ରାଫର ମାନଙ୍କର ସହଯୋଗଙ୍କୁ ଭୁୟସୀ ପ୍ରସଂଶା କରିଥିଲେ କ୍ଷ ମୁଖ୍ୟ ଅତିଥି ଶ୍ରୀ ସେଠି କହିଲେ ଯେ, ଚିତ୍ର ରେ ଯେମିତି ଜୀବନ ଥାଏ ଫୋଟୋ ଚିତ୍ର ରେ ରହିଥାଏ ଜୀବନ କ୍ଷ ଫୋଟୋଗ୍ରାଫର ଅକ୍ଲାନ୍ତ ପରିଶ୍ରମ ଓ ଏକାଗ୍ରତା ରେ ହିଁ ସୃଷ୍ଟି ହୁଏ ଗୋଟେ ଫୋଟୋ ଯାହାକି ଅମର ହୋଇ ରହିଯାଏ କ୍ଷ ତାହାହିଁ ହୋଇଥାଏ ସେଇ ସ୍ରଷ୍ଟା ଫୋଟଗ୍ରାଫର ଙ୍କର ତପସ୍ୟା ର ଫଳ କ୍ଷ ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟ ରେ କହିଲେ ଯେ, ନିଜର ସ୍ୱପ୍ନରେ ଫୋଟୋ କୁ କ୍ଲିକ କରିବାକୁ ବା କ୍ୟାମେରା ରେ କଏଦ କରିବାକୁ ଲାଗିଯାଏ ଦିନଦିନ ରାତିରାତି ବିତି ଯାଏ କ୍ଷ ତଥାପି ଫୋଟଗ୍ରାଫର ମନରେ ଶାନ୍ତି ଆସେନାହିଁ ବୋଲି ନିଜ ଅନୁଭୂତି ରୁ କହିଥିଲେ ଶ୍ରୀ ପ୍ରଧାନ କ୍ଷ ଏହି ଅବସରରେ ଫୋଟୋ ପ୍ରଦର୍ଶନୀରେ ପ୍ରଦର୍ଶନ ପାଇଁ ବହୁମୂଲ୍ୟ ଫୋଟୋ ଦେଇଥିବା ଫୋଟଗ୍ରାଫର ଅରବିନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ସ୍ୱାଇଁ, ପ୍ରଶାନ୍ତ ପ୍ରଧାନ, ବିଶ୍ୱନାଥ ବଗର୍ତ୍ତୀ, ସୌରଭ ଜେନା, ଆଶିଷ ପ୍ରଧାନ, ସୁବାଷ ପାଣିଗ୍ରାହୀ, ଶଙ୍କର ବେହେରା, ଶ୍ରୀଷ୍ଟି ପ୍ରଧାନ, ବିଶ୍ୱଜିତ କାଲୋ, ସୂର୍ଯ୍ୟ ପାଣିଗ୍ରାହୀ, ବିକାଶ ପଲସାନିଆ, ରଂଜିତ ସାହୁ, କରୁଣାକର ଶତପଥି, ଭୁବନେଶ୍ୱର ପାତ୍ର, ଚିତରଞ୍ଜନ ବଡ଼ପଣ୍ଡା, ପ୍ରିୟ ରଞ୍ଜନ ସାହୁ, ଦୀପକ ପଣ୍ଡା ଓ ସ୍ୱର୍ଗତ ବଳମଜୀ ଲାଳଜୀ ଭାରୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଶେଷରେ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ଶଙ୍କର ବେହେରା ଏହି ଫୋଟୋ ପ୍ରଦର୍ଶନୀ କୁ ସଫଳ କରିବା ପାଇଁ ସହଯୋଗ ର ହାତ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ