ସର୍ବେଜାଲ ବିଦ୍ୟାଳୟର ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ
ସର୍ବେଜାଲ ବିଦ୍ୟାଳୟର ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ
ସର୍ବେଜାଲ ବିଦ୍ୟାଳୟର   ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ


ସର୍ବେଜାଲ ବିଦ୍ୟାଳୟର   ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ


ସର୍ବେଜାଲ ବିଦ୍ୟାଳୟର   ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ


ସର୍ବେଜାଲ ବିଦ୍ୟାଳୟର   ମରାମତି ଆଳରେ ଲୁଟି ନେଲେ ସରକାରୀ ଅର୍ଥ


ବର୍ଷା ପାଣିରେ ଭିଜୁଛି ଶ୍ରେଣୀ କୋଠରୀ

ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବାଧା

ପ୍ରତିବାଦରେ ସ୍କୁଲ ଫାଟକରେ ଅଭିଭାବକ ପକାଇଲେ ତାଲା

ସମ୍ବଲପୁର, ୨୨, ଅଗଷ୍ଟ (ହି.ସ.)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସର୍ବେଜାଲ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି କାମକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହର ମରାମତି କାମ ପାଇଁ ମୋଟା ଅଙ୍କର ସରକାରୀ ଅନୁଦାନ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ବର୍ଷା ହେଲେ ଛାତରୁ ପାଣି ଗଳିବା, ଶ୍ରେଣୀ ଗୃହରେ ପାଣି ଢେଉ ଭାଙ୍ଗିବା ଓ ପାଠ ପଢାରେ ବାଧା ସାଜିଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଠପଢା ଓ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ଅଭିଭାବକମାନଙ୍କ କହିବା ଅନୁଯାୟୀ, ବିଦ୍ୟାଳୟ ଶ୍ରେଣୀ ଗୃହର ମରାମତି ପାଇଁ ମୋଟା ଅଙ୍କର ଅର୍ଥ ଅନୁଦାନ ମିଳିଥିଲେ ମଧ୍ୟ ହୋଇଥିବା କାର୍ଯ୍ୟର ମାନ ଅତି ନିମ୍ନମାନର। ଯାହାଫଳରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଶୁଖିଲା ଓ ସୁରକ୍ଷିତ ଅବସ୍ଥାରେ ବସିବା ଅସମ୍ଭବ ହୋଇପଡିଛି । ଶ୍ରେଣୀ ଗୃହର ଚଟାଣ ଓ ଛାତରୁ ଚଟାଣରେ ପାଣି ଜମି ରହିବା ଘଟଣା ତଦନ୍ତ ସାପେକ୍ଷ । ବିଦ୍ୟାଳୟର ମରାମତି କାର୍ଯ୍ୟ ଚାଲିଥିବା ବେଳେ ବହୁ ନିମ୍ନମାନର କାର୍ଯ୍ୟ ଲୋକ ଲୋଚନକୁ ଆସିବା ପରେ ବିଦ୍ୟାଳୟ ପରିଚାଳନା କମିଟି, ବ୍ଲକ୍ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରାଯାଇଥିଲା । ମାତ୍ର ନିର୍ମାଣ ଓ ମରାମତି ଜନିତ କମିଶନ ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ନେଇଥିବାରୁ ଏହି ଅଭିଯୋଗ ପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିଲେ । ଫଳରେ କ୍ରମାଗତ ବର୍ଷା ହେବା ଓ ପାଠ ପଢାରେ ବିଳମ୍ବ ହେଉଥିବା ଯୋଗୁଁ ବାର୍ଷିକ ସିଲାବସ ଅନୁଯାୟୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ପାଠ ପଢାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମରୁ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇନଥିବା ଓ ବର୍ତ୍ତମାନ ମୁକ୍ତାକାଶ ତଳେ ଛାତ୍ରଛାତ୍ରୀ ବସି ପାଠପଢିବା ଦୃଶ୍ୟ ଦେଖି ଅଭିଭାବକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇଥିବା ଦେଖାଯାଇଛି। ବିଦ୍ୟାଳୟରେ ତାଲା ପଡ଼ିଥିବା ଦେଖିବା ପରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ବାହାରେ ବସାଇ ପାଠ ପଢ଼ାଇବାକୁ ଶିକ୍ଷକମାନେ ବାଧ୍ୟ ହୋଇଥିଲେ। ବର୍ଷା ସମୟରେ ବାହାରେ ପାଠପଢ଼ା ଚାଲିବା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ବିଦ୍ୟାଳୟ ଭଳି ଏକ ଶିକ୍ଷାନୁଷ୍ଠାନରେ ମୌଳିକ ସୁବିଧା ଓ ସୁରକ୍ଷିତ ଶ୍ରେଣୀଗୃହ ନଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଭାବକମାନେ କହିଛନ୍ତି, ପିଲାମାନଙ୍କୁ ବର୍ଷାରେ ଭିଜୁଥିବା କିମ୍ବା ପାଣି ଗଳୁଥିବା ଶ୍ରେଣୀଗୃହରେ ବସାଇ ପାଠ ପଢ଼ାଇବା ସମ୍ଭବ ନୁହେଁ। ତେଣୁ ସମସ୍ୟାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ। ମରାମତି କାମର ମାନ ଯାଞ୍ଚ କରି ଆବଶ୍ୟକ ସ୍ଥାନରେ ପୁନର୍ବାର ମରାମତି କରାଯିବା ସହ ଦୁଇଟି ନୂତନ ଶ୍ରେଣୀ ଗୃହ ନିର୍ମାଣ ସହିତ ପୁରୁଣା ଶ୍ରେଣୀଗୃହକୁ ସମ୍ପୂର୍ଣ୍ଣ ଭାବେ ପାଣି ନିରୋଧକ କରିବାକୁ ଦାବି ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ଶିକ୍ଷା ବିଭାଗ ତୁରନ୍ତ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande