ଶକ୍ତି ଶ୍ରୀ ଯୋଜନା ରେ ଛାତ୍ରୀ ଆତ୍ମ ସୁରକ୍ଷା' କାର୍ଯ୍ୟକ୍ରମ
ମାଲକାନଗିରି , ୨୨ ଅଗଷ୍ଟ (ହି.ସ.) - ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ କୁଡୁମୁଲୁଗୁମା ଠାରେ ଆଜି ଶକ୍ତି ଶ୍ରୀ ଯୋଜନା ରେ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ର ଉଦଘାଟନ ହେଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର
ଶକ୍ତି ଶ୍ରୀ ଯୋଜନା ରେ ଛାତ୍ରୀ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ,


ମାଲକାନଗିରି , ୨୨ ଅଗଷ୍ଟ (ହି.ସ.) - ଡାରୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ କୁଡୁମୁଲୁଗୁମା ଠାରେ ଆଜି ଶକ୍ତି ଶ୍ରୀ ଯୋଜନା ରେ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ର ଉଦଘାଟନ ହେଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ନିଜେ ଦୃଢ଼ ହୋଇ ନିଜର ସୁରକ୍ଷା କରିବା ପାଇଁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ଶିକ୍ଷା ଅଧ୍ୟାପିକା ଶ୍ରୀଦେବୀ ପରିଡ଼ା ଆତ୍ମରକ୍ଷା କୌଶଳ ଶିକ୍ଷାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଶକ୍ତି ଶ୍ରୀ ସଂଯୋଜିକା ସଞ୍ଜିତା ଖୋସ୍ଲା ଆତ୍ମ ସୁରକ୍ଷା କୌଶଳ ର ପ୍ରଶିକ୍ଷିକା ପୁଷ୍ପାଞ୍ଜଳି ମାଡକାମି ଓ ନମିତା ମୁଦୁଲି ଙ୍କ ପରିଚୟ ପ୍ରଦାନ କରି ଛଅ ଦିନ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande