ଖଡ଼ିଆଳ ଏନଏସିର ଦୁଇ ପୂର୍ବତନ ଇଞ୍ଜିନିୟର ଓ ଜଣେ ଠିକାଦାର ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ
ନୂଆପଡ଼ା,୨୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ଦୁଇଜଣ ପୂର୍ବତନ ଇଞ୍ଜିନିୟର ଓ ଜଣେ ଠିକାଦାରଙ୍କ ବିରୁଦ୍ଧରେ ଦୁର୍ନୀତିନିବାରଣ ବିଭାଗରେ ମାମଲା ରୁଜୁ ହୋଇଥିଲା। ସେମାନେ ହେଲେ ଉମେଶ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସହକାରୀ ଇଞ୍ଜିନିୟର (ଅବସରପ୍ରାପ୍ତ) ଓ ଜୟନ୍ତ ନାରାୟଣ
Vigilance dwara doshi sabyasta


ନୂଆପଡ଼ା,୨୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ଦୁଇଜଣ ପୂର୍ବତନ ଇଞ୍ଜିନିୟର ଓ ଜଣେ ଠିକାଦାରଙ୍କ ବିରୁଦ୍ଧରେ ଦୁର୍ନୀତିନିବାରଣ ବିଭାଗରେ ମାମଲା ରୁଜୁ ହୋଇଥିଲା। ସେମାନେ ହେଲେ ଉମେଶ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସହକାରୀ ଇଞ୍ଜିନିୟର (ଅବସରପ୍ରାପ୍ତ) ଓ ଜୟନ୍ତ ନାରାୟଣ ପଣ୍ଡା, ପୂର୍ବତନ କନିଷ୍ଠ ଇଞ୍ଜିନିୟର (ଅବସରପ୍ରାପ୍ତ) ଏବଂ ଠିକାଦାର ପ୍ରସନ୍ନ କୁମାର ମହାନାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ଡି) ଏବଂ ଆଇପିସିର ଧାରା ୪୨୦/୧୨୦-ବି ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ସେମାନେ ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ରାସ୍ତା ଉନ୍ନତିକରଣ ଓ ସିସି କାର୍ଯ୍ୟ ସମ୍ପର୍କିତ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଅଦାଲତ ଏହି ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ପ୍ରତ୍ୟେକ ଦୋଷୀଙ୍କୁ ୩ ବର୍ଷର ସଶ୍ରମ ବିହୀନ କାରାଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ଅବସରପ୍ରାପ୍ତ ସହକାରୀ ଇଞ୍ଜିନିୟର ଉମେଶ ଚନ୍ଦ୍ର ତ୍ରିପାଠୀ ଓ ଅବସରପ୍ରାପ୍ତ କନିଷ୍ଠ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡାଙ୍କ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହି ମାମଲାର ତଦନ୍ତ ଭିଜିଲାନ୍ସ କୋରାପୁଟ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ରାଇଗୁରୁ କରିଥିଲେ। ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ସୁଧୀର କୁମାର ପଣ୍ଡା ଓ ଇମ୍ରାନ ଖାନ୍ ମିଳିତ ଭାବେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande