
ଜୟପୁର, , 28 ଅଗଷ୍ଟ (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଷ୍ଟେସନକଙ୍ଗା କେନାଲ ଛକ ନିକଟସ୍ଥ ହରଡ଼ାପୁଟ-କୁସୁମୀ ରାସ୍ତାରେ ବାଇକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଷ୍ଟେସନକଙ୍ଗା ଗ୍ରାମର ଗୋବିନ୍ଦ ଅମନାତ୍ୟ(୫୦)। , ଗତ ଶୁକ୍ରବାର ଗୋବିନ୍ଦ ସାଇକେଲରେ କେନାଲ ଛକରୁ ହରଡ଼ାପୁଟ-କୁସୁମୀ ରାସ୍ତାରେ ଘରକୁ ଫେରୁଥିଲେ। ତେବେ କୁସୁମୀ ପାର୍ଶ୍ୱରୁ ଦ୍ରୁତ ବେଗରେ ଏକ ବାଇକ୍ ପଛ ପଟୁ ଆସି ଜୋରରେ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ରାସ୍ତା ଉପରେ ଛିଟିକି ପଡ଼ି ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଛି । ଏନେଇ ମୃତକଙ୍କ ସ୍ତ୍ରୀ ନୀଳା ଅମାନତ୍ୟ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କାରି ପୋଲିସ ମାମଲା 274/26ରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି