ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି
ରାଜ୍ୟରେ ଧାନ ପଞ୍ଜୀକରଣ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରାଯାଉ ଭାଗ ଚାଷୀ ଓ କଲମ-୨ ସଂଶୋଧନକୁ ନେଇ ଅସନ୍ତୋଷ ପ୍ରକାଶ କଲା ବିଜେଡି ଭୁବ
ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି


ରାଜ୍ୟରେ ଧାନ ପଞ୍ଜୀକରଣ

ପ୍ରସଙ୍ଗ

ରାଜ୍ୟ ସରକାରଙ୍କ ଭୁଲ ନୀତି

ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି

ଧାନ ପଞ୍ଜୀକରଣ ଅବଧି ୨୦ ଦିନ

ବୃଦ୍ଧି କରାଯାଉ

ଭାଗ ଚାଷୀ ଓ କଲମ-୨ ସଂଶୋଧନକୁ

ନେଇ ଅସନ୍ତୋଷ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର,

30 ଅଗଷ୍ଟ (ହି.ସ) ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ

ବ୍ୟାପକ ଅନିୟମିତତା ଓ ବିଳମ୍ବକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।

ଚଳିତ ବର୍ଷ ଖରିଫ ଧାନ ପଞ୍ଜୀକରଣ ନିର୍ଦ୍ଧାରିତ ସମୟ ଠାରୁ ୧୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି।

ଆଜି ଆୟୋଜିତ ସାମ୍ବାଦିକ

ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ରାଜ୍ୟର

୨୦ଟି ଜିଲ୍ଲା ବର୍ଷା ଓ ବନ୍ୟା ଦ୍ଵାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରତ୍ୟେକ ନଦୀରେ

୨ରୁ ୩ଥର ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତବର୍ଷ ୨୩

ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୧୭ ଲକ୍ଷ ଚାଷୀ ନାମ ପଞ୍ଜୀକୃତ

କରିପାରିଛନ୍ତି। ଏବେ ବି ପ୍ରାୟ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକରଣରୁ ବାଦ୍

ପଡ଼ିଛନ୍ତି। ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖୁ ପଞ୍ଜୀକରଣର ଶେଷ ଅବଧୂକୁ ଆସନ୍ତା

ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଜେଡି ଦାବି କରିଛି।

ଶ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ

କରିଛନ୍ତି ଯେ, ଭାଗଚାଷୀଙ୍କ ପାଇଁ ସ୍ଵତନ୍ତ୍ର ଆପ୍ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା

କାର୍ଯ୍ୟକାରୀ ହୋଇନାହିଁ। ସରକାର ଯେଉଁ ଆପ୍ ଦେଇଛନ୍ତି, ତାହା ଦ୍ଵାରା ଲକ୍ଷାଧ୍ଵକ ଭାଗ ଚାଷୀ

ପଞ୍ଜୀକରଣରୁ ବାଦ୍ ପଡ଼ି ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ରିୟଲ ଟାଇମ ବେସିସରେ ଜମି ମାଲିକ

ନିଜେ ସମବାୟ ସମିତିରେ ଉପସ୍ଥିତି ରହି ଇ-କେୱାଇସି କରିବା ପାଇଁ ସଫ୍ଟୱେୟାରରେ କୌଣସି

ପରିବର୍ତ୍ତନ କରାଯାଇନାହିଁ । ଭାଗଚାଷୀ ପୋର୍ଟାଲରେ ପଞ୍ଜୀକରଣ କରି କେମିତି ଧାନ ବିକ୍ରି କରିବେ, ସେନେଇ

ଚିନ୍ତାରେ ପଡ଼ିଛନ୍ତି। ଏହା ସହିତ ସରକାର ଆଣିଥିବା ‘କଲମ-୨’ ସଂଶୋଧନକୁ ଏକ ‘କଳା

ଆଇନ’ ଆଖ୍ୟା

ଦେଇ ସେ କହିଛନ୍ତି ଯେ, ଏକାସମୟରେ

ଏହି ସଂଶୋଧନ କରିବାକୁ ଯାଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଚକବନ୍ଦୀ

କାର୍ଯ୍ୟ ଶେଷ କରାଯାଉ, ତା’ପରେ ଗ୍ରହଣଯୋଗ୍ୟ ଢଙ୍ଗରେ କଲମ-୨

ସଂଶୋଧନ କରାଯାଉ ।

ଶ୍ରୀ ଦାସବର୍ମା ଆହୁରି

କହିଛନ୍ତି ଯେ, ଛତିଶଗଡ଼ରେ ଡବଲ ଇଞ୍ଜିନ ସରକାର ଚାଷୀଙ୍କୁ ପଞ୍ଜୀକରଣ ପାଇଁ ୪ ମାସ ସମୟ ଦେଉଥ‌ିବା ବେଳେ ଓଡ଼ିଶାରେ

କାହିଁକି ମାତ୍ର ମାସେ ସମୟ ଦିଆଯାଉଛି ? ଓଡ଼ିଶା ଚାଷୀଙ୍କ ପ୍ରତି ଏଭଳି ପାତରଅନ୍ତର

ମନୋଭାବ ଗ୍ରହଣଯୋଗ୍ୟ ନୁହେଁ। ପଞ୍ଜୀକରଣ ଠାରୁ ଆରମ୍ଭ କରି ଟୋକନ ଅବ୍ୟବସ୍ଥା, ମଣ୍ଡି

ଅବ୍ୟବସ୍ଥା, ମିଲର ସମସ୍ୟା ଏବଂ ପ୍ରାପ୍ୟ ପ୍ରଦାନରେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ

ଓଡ଼ିଶାର ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ଯଦି ସରକାର ତୁରନ୍ତ ଏହି

ଦାବିଗୁଡ଼ିକ ପୂରଣ ନ

କରନ୍ତି, ତେବେ

ରାଜ୍ୟର ଚାଷୀକୁଳ ଏହାର ଦୃଢ଼ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande