ଭୁବନେଶ୍ୱରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଣିଲେ ‘ମନ୍ କି ବାତ୍’ର ୧୩୭ତମ ଅଧ୍ୟାୟ
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ) ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ସମସ୍ତଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୭ତମ ଅଧ୍ୟାୟ ଶୁଣିଛନ୍ତି। ଏନେଇ ମନ୍ତ୍ରୀ ଶ
ଭୁବନେଶ୍ୱରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଣିଲେ ‘ମନ୍ କି ବାତ୍’ର ୧୩୭ତମ ଅଧ୍ୟାୟ


ଭୁବନେଶ୍ୱର, 30 ଅଗଷ୍ଟ (ହି.ସ) ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ସମସ୍ତଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୭ତମ ଅଧ୍ୟାୟ ଶୁଣିଛନ୍ତି।

ଏନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ଉଠାଇଥିବା ବିଭିନ୍ନ ପ୍ରସଙ୍ଗ ଏବଂ ପ୍ରେରଣାଦାୟୀ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଏହି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇର କ୍ରିଷ୍ଣା ସେସାଦ୍ରିଙ୍କ ସୃଜନଶୀଳ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ପ୍ରସ୍ତୁତ କରିଥିବା ‘ ଭାରତ ରାଜ୍ୟ ’ ୱେବସାଇଟ୍‌ରେ ଇତିହାସର ବିଭିନ୍ନ ଘଟଣା ଓ ରୋଚକ ତଥ୍ୟକୁ ସୁନ୍ଦର ଭାବେ ସ୍ଥାନିତ କରାଯାଇଥିବା ସମ୍ପର୍କରେ ମୋଦୀ ଆଲୋଚନା କରିଥିବା ମନ୍ତ୍ରୀ କହିଛନ୍ତି।

‘ନିଶାମୁକ୍ତ ଭାରତ ଅଭିଯାନ’ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ବାର୍ତ୍ତା ଦେଇଥିଲେ। ଯୁବବର୍ଗଙ୍କୁ ନିଶାଠାରୁ ଦୂରେ ରଖି ଏକ ‘ଡ୍ରଗ୍‌-ଫ୍ରି ଇଣ୍ଡିଆ’ ଗଠନ କରିବା ପାଇଁ ସାମୂହିକ ସଂକଳ୍ପର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ସ୍ଲୋଗାନ, ଥିଏଟର ଓ ବିଭିନ୍ନ ପ୍ରକାରର ସୃଜନଶୀଳ କଣ୍ଟେଣ୍ଟ ପ୍ରସ୍ତୁତ କରିବା ସହ ଏଭଳି ପ୍ରୟାସକୁ ନିଶାମୁକ୍ତି ହ୍ୟାସଟ୍ୟାଗ୍‌ରେ ସୋସିଆଲ ମିଡିଆରେ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

‘ମନ୍ କି ବାତ୍’ରେ ରାଷ୍ଟ୍ରପ୍ରେମର ଭାବନାକୁ ନେଇ ସଫଳ ‘ତ୍ରିରଙ୍ଗା ଯାତ୍ରା’ ଏବଂ ୮ କୋଟିରୁ ଅଧିକ ଲୋକଙ୍କ ଦ୍ୱାରା ତ୍ରିରଙ୍ଗା ସହ ସେଲ୍ଫି ନିଆଯାଇଥିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ‘ସୂର୍ଯ୍ୟପଥ ତ୍ରିରଙ୍ଗା’ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳାଙ୍କ ବିକାଶ ଓ ସଶକ୍ତିକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଯୋଜନାରେ ୩୫ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଥିବା ମନ୍ତ୍ରୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହି ଅଧ୍ୟାୟରେ ଓଡ଼ିଶାର ବରଗଡ଼ ଜିଲ୍ଲା ଡେବ୍ରିଗଡ଼ର ମୈଥିଲି ଭୁଏଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଇକୋ-ଟୁରିଜମ୍‌ ସହ ନିଜକୁ ଯୋଡ଼ିବା ସହ ମୈଥିଲି ପ୍ରାୟ ୬୦ ଜଣ ମହିଳାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ଏବଂ ପ୍ରକୃତି ସୁରକ୍ଷା ସହ ଜୀବିକାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଆଗାମୀ ପୂଜାପର୍ବ ସମୟରେ ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ଓ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ‘ମନ୍ କି ବାତ୍’ର ପ୍ରତ୍ୟେକ ଅଧ୍ୟାୟ ଭଳି ଆଜିର କାର୍ଯ୍ୟକ୍ରମ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande