ବ୍ରହ୍ମପୁର ଗୋଲ୍ଡର ପ୍ରତିଷ୍ଠା ଦିବସ
ଗଂଜାମ, 31 ଅଗଷ୍ଟ (ହି.ସ.) ବିଶ୍ବ ଜନସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ଲାୟନ୍ସ କ୍ଳବ୍ ର ପ୍ରମୁଖ ଭୂମିକା ରହିଛି। ଭାରତ ତଥା ଆମ ରାଜ୍ୟରେ ବହୁ କ୍ଳବ୍ ଗଠିତ ହୋଇ ଜନସେବା ଅବ୍ୟାହତ ରହିଛି । ସେହି ପରି ବ୍ରହ୍ମପୁର ଠାରେ ଗତ ୨୦୧୩ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ
Qeertyy


ଗଂଜାମ, 31 ଅଗଷ୍ଟ (ହି.ସ.) ବିଶ୍ବ ଜନସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ଲାୟନ୍ସ କ୍ଳବ୍ ର ପ୍ରମୁଖ ଭୂମିକା ରହିଛି। ଭାରତ ତଥା ଆମ ରାଜ୍ୟରେ ବହୁ କ୍ଳବ୍ ଗଠିତ ହୋଇ ଜନସେବା ଅବ୍ୟାହତ ରହିଛି । ସେହି ପରି ବ୍ରହ୍ମପୁର ଠାରେ ଗତ ୨୦୧୩ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ଚତୁର୍ଦ୍ଦଶପ୍ରତିଷ୍ଠା ଉତ୍ସବ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ନିକଟସ୍ଥ ରାଜସ୍ବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ସଭାପତି ଲାୟନ୍ସ ଲୋକନାଥ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଲାୟନ୍ସ କ୍ଳବ୍ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ, ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲା ଗଭର୍ଣ୍ଣର ଇଂ. ଲଳିତେନ୍ଦୁ ଶତପଥୀ ଏବଂ ପୂର୍ବତନ ଲାୟନ୍ସ କ୍ଳବ୍ ଗଭର୍ଣ୍ଣର ଡ଼ ପ୍ରଶାନ୍ତ କୁମାର ତ୍ରିପାଠୀ, ପୂର୍ବତନ ଲାୟନ୍ସ ଗଭର୍ଣ୍ଣର ସରସ୍ଵତୀ ପାତ୍ର,କୋଷାଧ୍ୟକ୍ଷ ଲାୟନ୍ସ ସ୍ବର୍ଣ୍ଣପ୍ରଭା ମିଶ୍ର ଏବଂ ସମ୍ପାଦକ ଲାୟନ୍ସ ଦୀନବନ୍ଧୁ ଗୌଡ଼, ଲାୟନ୍ସ ରୂପେଶ କୁମାର ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏହି ଅବସରରେ ୨୦୨୬ ଏବଂ ୨୦୨୭ ବର୍ଷ ପାଇଁ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ଲାୟନ୍ସ ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ କ୍ଳବ୍ ପୁନଃ ଗଠନ ହୋଇଥିଲା।

ବିଗତ ବର୍ଷ ମାନଙ୍କରେ ଏହି କ୍ଳବ୍ ସ୍ବାସ୍ଥ୍ୟ ସେବା, ମାନସିକ ସ୍ଵାସ୍ଥ୍ୟ ଚିକିତ୍ସା ସେବା , ବୃକ୍ଷ ରୋପଣ ପରିବେଶ ସୁରକ୍ଷା, ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ଆଇନ୍ ସଚେତନତା ଏବଂ ଯୁବ ନେତୃତ୍ବ ବିକାଶ ଇତ୍ୟାଦି ବହୁ ଜନହିତକାରୀ କାର୍ଯ୍ୟକ୍ରମ କରି ଦୃଷ୍ଟାନ୍ତ ସୃଷ୍ଟି କରିଥିବା ବିଷୟ ଉଲ୍ଲେଖ ମୁଖ୍ୟ ଅତିଥି ଡ଼ ଖୁଣ୍ଟିଆ କ୍ଳବ୍ ର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତିନି ଜଣ ନୂତନ ସଦସ୍ୟ ସଦସ୍ୟା ଙ୍କୁ ସମ୍ମାନିତ କରିଥିଲେ ଏବଂ ଏହି କ୍ଳବ୍ ସଦସ୍ୟ ସଂଖ୍ୟା ୬୩ କୁ ବୃଦ୍ଧି ହୋଇଥିବାରୁ ମଞ୍ଚାସିନ ଅତିଥି ବୃନ୍ଦ ବହୁ ପ୍ରଶଂସା କରି ଉପହାର ପ୍ରଦାନ କରିଥିଲେ।ଏହି ଅବସରରେ କ୍ଳବ୍ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ଙ୍କ ସ୍ମୃତି ଚାରଣ କରାଯାଇଥିଲା ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ଅଧିନରେ ଯୁବ ଲିଓ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ଗଠନ କରାଯାଇ ସଭାପତି ଭାବେ ମନିଷା କୁମାରୀ, ସମ୍ପାଦିକା କୁମାରୀ ନିବେଦିତା ଏବଂ କୋଷାଧ୍ୟକ୍ଷ ଭାବରେ ହିତେଶ କୁମାର ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଉତ୍ସବରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ବହୁ ଲାୟନ୍ସ କ୍ଳବ୍ ର ସଭାପତି ସମ୍ପାଦକ ଏବଂ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ ଲାୟନ୍ସ ରୂପେଶ କୁମାର ମିଶ୍ର ଙ୍କ ପରିଚାଳନା ରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଲାୟନ୍ସ କ୍ଳବ୍ ସଭାପତି ଇ. ଡିଲେଷୁ ରେଡ୍ଡୀ, ଇ. ମାହେଶ୍ଵରୀ ଦୋରା, ଉପସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଇଂ. ସୁରେଶ ଚନ୍ଦ୍ର ପ୍ରଧାନ, ଡ଼ ସୁବ୍ରତ କୁମାର ସାହୁ, ଅମର କୁମାର ପାତ୍ର, ହାଡ଼ିବନ୍ଧୁ ମାଳି, ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ଲାୟନ୍ସ ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande