ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ


ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ


ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ


ସମ୍ବଲପୁର, ୦୫, ଅଗଷ୍ଟ (ହି.ସ.)

ସମ୍ବଲପୁର ସହରରେ ଚାଲିଥିବା ବେଆଇନ ଏଲପିଜି ଗ୍ୟାସ ରିଫିଲିଂ କାରବାର ଉପରେ ଯୋଗାଣ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ସମ୍ବଲପୁର ମହାନଗର ନିଗମର ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ସାହୁଙ୍କ ନେତୃତ୍ୱରେ ମାର୍କେଟିଂ ଇନ୍ସପେକ୍ଟର ସୌରଭ କୁମାର ପଣ୍ଡା ଏବଂ ଦୀପ୍ତିମୟୀ ରାଉତଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଗୋଲବାଜାର ସ୍ଥିତ ସୁନୀତା ହୋମ୍ ଆପ୍ଲାଏନ୍ସେସ ଏବଂ ପଟ୍ଟନାୟକପଡ଼ାର ଲକ୍ଷ୍ମୀ ସାଇକେଲ ଷ୍ଟୋର ଉପରେ ହଠାତ୍ ଚଢ଼ାଉ କରିଥିଲେ।

ଏହି ଯାଞ୍ଚ ସମୟରେ ଘରୋଇ ଗ୍ୟାସ ସିଲିଣ୍ଡରରୁ ବେଆଇନ ଭାବେ ଛୋଟ ଗ୍ୟାସ ସିଲିଣ୍ଡରକୁ ଗ୍ୟାସ ରିଫିଲିଂ କରାଯାଉଥିବା ଧରାପଡ଼ିଥିଲା, ଯାହାକି ଏଲପିଜି ବଣ୍ଟନ ନିୟନ୍ତ୍ରଣ ଆଦେଶର ସମ୍ପୂର୍ଣ୍ଣ ଉଲ୍ଲଂଘନ ଅଟେ। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସୁନୀତା ହୋମ୍ ଆପ୍ଲାଏନ୍ସେସରୁ ୫ଟି ଭର୍ତ୍ତି ଓ ୧ଟି ଖାଲି ସହିତ ମୋଟ ୬ଟି ସିଲିଣ୍ଡର ଏବଂ ଲକ୍ଷ୍ମୀ ସାଇକେଲ ଷ୍ଟୋରରୁ ୬ଟି ଭର୍ତ୍ତି ଓ ୭ଟି ଖାଲି ସହିତ ମୋଟ ୧୩ଟି ସିଲିଣ୍ଡର ଜବତ କରାଯାଇଛି।

ଆଗାମୀ ଦିନରେ ଏହିପରି ବେଆଇନ ଗ୍ୟାସ ରିଫିଲିଂ କେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ଏବଂ ଏହି ଅଭିଯାନ ଆହୁରି ଜୋରଦାର ଚାଲିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଯେଉଁ ଗ୍ରାହକମାନେ ଅନଧିକୃତ ଦୋକାନରୁ ୫ କିଲୋଗ୍ରାମ ସିଲିଣ୍ଡର ରିଫିଲ କରାଉଛନ୍ତି, ସେମାନଙ୍କୁ ସଚେତନ କରାଯାଇଛି ଯେ ସେମାନେ ଏପରି ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ଗ୍ରାହକମାନେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲର ସ୍ୱୀକୃତିପ୍ରାପ୍ତ ବଣ୍ଟନ କେନ୍ଦ୍ରରୁ ସହଜରେ ମିଳୁଥିବା ୫ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଓ ରିଫିଲ ପ୍ୟାକ୍ କ୍ରୟ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande