ବୈପାରୀଗୁଡା ଅଂଚଳ ରେ ବିଲୁଆ ଆତଙ୍କ,  ୬ ଗୁରୁତର
Bhubaneswar, 05 ଅଗଷ୍ଟ (ହି.ସ.) ଜୟପୁର ବୈପାରୀଗୁଡା ଅଂଚଳ ରେ ବିଲୁଆ ଆତଙ୍କ, ବିଲୁଆ ଆକ୍ରମଣରେ ୬ ଗୁରୁତର ହୋଇଥିବା ଜଣାପଡିଛି l ସମସ୍ତ ଗୁରୁତର ବୈପାରୀଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l ଆଜି ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ବୈପ
ବୈପାରୀଗୁଡା ଅଂଚଳ ରେ ବିଲୁଆ ଆତଙ୍କ,  ୬ ଗୁରୁତର


Bhubaneswar, 05 ଅଗଷ୍ଟ (ହି.ସ.)

ଜୟପୁର

ବୈପାରୀଗୁଡା ଅଂଚଳ ରେ ବିଲୁଆ ଆତଙ୍କ, ବିଲୁଆ ଆକ୍ରମଣରେ ୬ ଗୁରୁତର ହୋଇଥିବା ଜଣାପଡିଛି l ସମସ୍ତ ଗୁରୁତର ବୈପାରୀଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l ଆଜି ସକାଳେ ଗାଁ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ବୈପାରୀଗୁଡା ବ୍ଲକର ଖରାଗୁଡା, କଦମଗୁଡା, ଭାଲୁଗୁଡା ଓ ବଡାଗୁଡା ଗାଁର ପ୍ରାୟ ୬ ଜଣକୁ ଆକ୍ରମଣ କରିଛି। ସେମାନେ ହେଲେ ଖରାଗୁଡାଗାଁ ର କୃଷ୍ଣ ବଡ଼ନାୟକ,ଘlଷି ବଡ଼ନାୟକ , ରାତନ ମାଝୀ,ହରି ତୋଲିଆ, ସେହିପରି ବାଡ଼ଗୁଡାର ହରି ତିଳଆ ଓ କଦମଗୁଡା ଗାଁ ର ସୁନାଧାର ପୂଜାରୀ l କିଏ ତ ଜମିରେ ହଳ କଲାବେଳେ ବିଲୁଆ ଆକ୍ରମଣର ଶିକାର ହୋଇଛି ଆଉ କିଏ ତ ପାଖରୀରେ ଗାଧୁଆ ପାଇଁ ଗଲାବେଳେ ବିଲୁଆ ହାବୁଡ଼ରେ ପଡିଛି l ଏଭଳି ବିଭିନ୍ନ ଗାଁ ର ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନେ ବୈପାରୀଗୁଡା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ପାଗ ର ପରିବ୍ରତନ ହେବା ସହ ଜଙ୍ଗଲ ନଷ୍ଟ ଫଳରେ ବିଲୁଆଙ୍କ ଗାଁ ଭିତରକୁ ପ୍ରବେଶ ହେବା ଯୋଗୁ ଏଭଳି ଘଟୁଛି। ପ୍ରଶାସନ ଏ ଦିଗରେ ପଦାକ୍ଷପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande