

ଖୋର୍ଦ୍ଧା, 05 ଅଗଷ୍ଟ (ହି.ସ.)
ଓଡ଼ିଶା ବିଧାନ ସଭାର ବିଭାଗୀୟ ସ୍ଥାୟୀ କମିଟି (ଦଶମ) ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନେତୃତ୍ୱରେ , ବିଧାନ ସଭା ମୁଖ୍ୟ ସଚେତକ , ବଉଦ ବିଧାୟକ ସରୋଜ କୁମାର ପ୍ରଧାନ, ବିଧାୟକ ଚିତ୍ରକୁଣ୍ଡା, ମଙ୍ଗୁ ଖିଲା, ସୋରୋ ବିଧାୟକ ମାଧବ ଧଡା ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଛତାବର ନିକଟସ୍ଥ ଓଡ଼ିଶା ରାଜ୍ୟ ପାନୀୟ ତଥା ପେୟ ଦ୍ରବ୍ୟ ନିଗମ ଭଣ୍ଡାର ଘର,ପରେ ଜୁବିଲି ବଟଲର ପ୍ରାଇଭେଟ୍ ଲିମିଟେଡ ପରେ ୟୁନାଇଟେଡ ବ୍ରିଓରିଜ୍ ପ୍ରାଇଭେଟ୍ ଲିମିଟେଡ, ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିବା ସହ କିପରି ଖୋର୍ଦ୍ଧା ଜିଲ୍ଲାକୁ ନିଶାମୁକ୍ତ କରି ଭାରତ ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଗୁରୁତ୍ୱାରୋପ କରିଥିଲେ।ଏପରିକି ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀ ଯୁବକ ଯୁବତୀ ମାନେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ l ଏହି ପରି ପ୍ରେକ୍ଷିରେ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଅବକାରୀ ଜିଲ୍ଲାର ସଂପୃକ୍ତ ଅଧିକାରୀଙ୍କ ସହ କମିଟି ବିଭିନ୍ନ ଅଗ୍ରଣୀ ଯୋଜନା ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ l ଅବକାରୀ ବିଭାଗର ଭିତ୍ତିଭୂମି ସୁଦୃଢ କରିବାକୁ ଅବକାରୀ ଅଧିକ୍ଷକ, ଭୁବନେଶ୍ୱର ଦେବାଶିଷ ପଟେଲ କମିଟିର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଧାୟକ ବୃନ୍ଦ ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଜବତ କରାଯାଇଥିବା ଯାନ ଗୁଡ଼ିକୁ ହଟାଇବା ଦାବିରେ ବିଧିବଦ୍ଧ ଆଇନ ଆଣିବାକୁ ଅବକାରୀ ଅଧିକ୍ଷକ, ସୁମତି ତ୍ରିପାଠୀ ପ୍ରସ୍ତାବ କମିଟି ସମ୍ମୁଖରେ ରଖିଥିଲେ l କମିଟିର ବିଧାୟକ ବୃନ୍ଦ ଅବକାରୀ ଖୋର୍ଦ୍ଧା ରେଞ୍ଜ ଅଧୀନ, ଖୋର୍ଦ୍ଧା,ଜଟଣୀ, ବେଗୁନିଆ, ଟାଙ୍ଗୀ ରେଞ୍ଜ ଅଧୀନ ଟାଙ୍ଗୀ ଓ ବାଲୁଗାଁ, ଜିଲ୍ଲା ମୋବାଇଲ ୟୁନିଟ୍, ଖୋର୍ଦ୍ଧା, ଭୁବନେଶ୍ୱର ରେଞ୍ଜ ୧ ଅଧୀନ ଭୁବନେଶ୍ୱର -୧, ବାଲିଅନ୍ତା, ଭୁବନେଶ୍ୱର ରେଞ୍ଜ ୨ ଅଧୀନ ଭୁବନେଶ୍ୱର ୨, ଭୁବନେଶ୍ୱର ୩ ଏବଂ ଭୁବନେଶ୍ୱର ଜିଲ୍ଲା ମୋବାଇଲ ୟୁନିଟ୍ ର ନିଶାମୁକ୍ତ ଭାରତ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ କର୍ମଚାରୀ ବୃଦ୍ଧି, ମଦ ଦୋକାନ ନବୀକରଣ, ବେଆଇନ ନିଶା କାରବାର ଚଢ଼ାଉକୁ ଜୋରଦାର କରିବା, ଜବତ ଧନ, ଇଣ୍ଡିଆ ମେଡ୍ ଫରେନ୍ ଲିକର ଆଦି।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା,ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ