

ବଲାଙ୍ଗୀର, ୦୫ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅସିଚାଳନା ସଂଘ ଆନୁକୂଲ୍ୟରେ ବଲାଙ୍ଗୀର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୫ତମ ଜିଲ୍ଲା ଅସିଚାଳନା ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଉଛି। ବଲାଙ୍ଗୀର ଜିଲ୍ଲାରୁ ଆଠଟି ବ୍ଲକରୁ ୨୫୦ରୁ ଉର୍ଦ୍ଧ୍ୱ ଖେଳାଳୀ ଏହି ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ। ଚାରୋଟି ବର୍ଗ ଅଣ୍ଡର ୧୦, ଅଣ୍ଡର ୧୨, ଉପ କନିଷ୍ଠ, ଏବଂ କନିଷ୍ଠ ଚାରୋଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା ଏବଂ ଆସନ୍ତା ୭ଅଗଷ୍ଟରୁ ୯ ଅଗଷ୍ଟ ପର୍ଯ୍ୟନ୍ତ କଟକରେ ପଂଚମତମ ରାଜ୍ୟ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ବଲାଙ୍ଗୀରରୁ ୯୬ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅଣ୍ଡର ୧୨ ଏବଂ ଉପ କନିଷ୍ଠରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରି ଓମ ଶଙ୍କର ପଟେଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଉଛନ୍ତି। ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି, ସଦର ଏସ୍ଡିପି ଓ ସରୋଜ କୁମାର ଉପାଧ୍ୟାୟ, ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଅବନୀ କୁମାର ସାହୁ, ଜିଲ୍ଲା ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ପୁରସ୍କାର ବଂଟନ କରିଥିଲେ ଫେନସିଙ୍ଗ କୋଚ କରିଶ୍ମା ରାଉତ, ଲୁସି ରାଉତ, ରୋଶନ ସାହୁ, ଲଷ୍ମୀକାନ୍ତ ପଟ୍ଟନାୟକ, ଜୋତି ଠାକୁର, ପୁରେନ୍ଦର ସେଠ, ସତ୍ୟ ନାରାୟଣ ପଟେଲ, ବୀରେନ୍ଦ୍ର ସୁନା, ବନୀତା ପଟେଲ, ସଂଗୀତା ପଟେଲ, ସସ୍ମିତା ଗଡ଼ତିଆ, ସୋପ୍ନା ସେଠି, ଜିତେନ୍ଦ୍ର ନାଏକ, ସୁଦର୍ଶନ ସେଠ, କ୍ଷିତେଶ୍ୱର ବିଶ୍ୱାସ, ଦନାର୍ଦନ ପାଣ୍ଡେ, ବିଭୁତି ସ୍ୱାଇଁ ହିମାଂଶୁ ବିଶ୍ୱାଳ, ସୌଦାମିନୀ କାଣ୍ଡି, ରୋଜି ମଲ୍ଲିକ, ପାୟଲ ବିଶ୍ୱାଳ, ଗଜାନନ ସାଇ, ଖେଳ ଶିକ୍ଷକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ