ଅଗଷ୍ଟ ୯ ରୁ ୧୭ ଯାଏଁ ହେବାକୁ ଥିବା ଘରେ ଘରେ ତିରଙ୍ଗା-୨୦୨୬' ପ୍ରସ୍ତୁତି ବୈଠକ
ଅଗଷ୍ଟ ୯ ରୁ ୧୭ ଯାଏଁ ହେବାକୁ ଥିବା ଘରେ ଘରେ ତିରଙ୍ଗା-୨୦୨୬ ପ୍ରସ୍ତୁତି ବୈଠକ
ଅଗଷ୍ଟ ୯ ରୁ ୧୭ ଯାଏଁ ହେବାକୁ ଥିବା ଘରେ ଘରେ ତିରଙ୍ଗା-୨୦୨୬   ପ୍ରସ୍ତୁତି ବୈଠକ


ଅଗଷ୍ଟ ୯ ରୁ ୧୭ ଯାଏଁ ହେବାକୁ ଥିବା ଘରେ ଘରେ ତିରଙ୍ଗା-୨୦୨୬   ପ୍ରସ୍ତୁତି ବୈଠକ


ସମ୍ବଲପୁର,୦୫, ଅଗଷ୍ଟ (ହି.ସ.) - ସ୍ୱାଧୀନତା ଦିବସ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତି ଅବସରରେ ଆସନ୍ତା ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତିରଙ୍ଗା-୨୦୨୬' ଅଭିଯାନ ଆୟୋଜିତ ହେବାକୁ ଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନର ସୁଚାରୁ ପରିଚାଳନା ଓ ଜନଭାଗୀଦାରିତା ବୃଦ୍ଧି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଇଁ ଆଜି ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକ ଅନୁସାରେ, ଆସନ୍ତା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୮:୩୦ ରେ ରିଜର୍ଭ ପୋଲିସ ପଡ଼ିଆ ଠାରୁ ଆରମ୍ଭ ହୋଇ ଜେଲ୍ ଛକ ପର୍ଯ୍ୟନ୍ତ ହେବ। ରାଲିଟି ପୋଲିସ୍ ଗ୍ରାଉଣ୍ଡରୁ ବାହାରି ଲକ୍ଷ୍ମୀଟକିଜ୍ ଛକ, ମ୍ୟୁନିସିପାଲିଟି ଛକ, ଶହୀଦ ସ୍ଥମ୍ଭ ଦେଇ ଜେଲ୍ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ସ୍ଥଳୀରେ ସମାପ୍ତ ହେବ। ଏହି ରାଲିରେ ବିଦ୍ୟାଳୟ ଓ କଲେଜ ର ଛାତ୍ରଛାତ୍ରୀ, ଏନସିସି, ଏନଏସଏସ କ୍ୟାଡେଟ୍, ସିଭିଲ୍ ସୋସାଇଟି, ବେସରକାରୀ ସଂସ୍ଥା ଏବଂ ସ୍ଥାନୀୟ ନାଗରିକଙ୍କ ସମେତ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଶୃଙ୍ଖଳିତ ଯାତାୟାତ, ପାର୍କିଂ, ଶାନ୍ତିଶୃଙ୍ଖଳା ଏବଂ ନିରାପତା ପାଇଁ ଆରକ୍ଷୀ ବାହିନୀକୁ ବିଶେଷ ଦାୟିତ୍ୱ ଦିଆଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ୍ ଖେତ୍ରି ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande