ରୋଟାରୀ କ୍ଳବ୍ ଏଲିଟ ତରଫରୁ ଅସ୍ଥି ସଂରକ୍ଷଣ ଆଲମିରା ଲୋକାର୍ପଣ
ବଲାଙ୍ଗୀର, ୦୫ ଅଗଷ୍ଟ(ହି.ସ.) – ଗତ ୪ ଅଗଷ୍ଟ ଦିନ ସ୍ଥାନୀୟ ରାଣିବନ୍ଧ ଠାରେ ରୋଟାରୀ କ୍ଲବ ଅଫ ଏଲିଟ ବଲାଙ୍ଗୀର ତରଫରୁ ଶବ ସଂସ୍କାର ପରେ ଅସ୍ଥିକୁ ସୁରକ୍ଷିତ ରଖିବା ପାଇଁ ଏକ ଆଲମିରା ମୁଖ୍ୟ ଅତିଥି ବଲାଙ୍ଗୀର ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ସାଧାରଣ ଲୋକଙ୍କ ପାଇଁ ଲୋକ
ରୋଟାରୀ କ୍ଳବ୍ ଏଲିଟ ତରଫରୁ ଅସ୍ଥି ସଂରକ୍ଷଣ ଆଲମିରା ଲୋକାର୍ପଣ*


ବଲାଙ୍ଗୀର, ୦୫ ଅଗଷ୍ଟ(ହି.ସ.) – ଗତ ୪ ଅଗଷ୍ଟ ଦିନ ସ୍ଥାନୀୟ ରାଣିବନ୍ଧ ଠାରେ ରୋଟାରୀ କ୍ଲବ ଅଫ ଏଲିଟ ବଲାଙ୍ଗୀର ତରଫରୁ ଶବ ସଂସ୍କାର ପରେ ଅସ୍ଥିକୁ ସୁରକ୍ଷିତ ରଖିବା ପାଇଁ ଏକ ଆଲମିରା ମୁଖ୍ୟ ଅତିଥି ବଲାଙ୍ଗୀର ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ସାଧାରଣ ଲୋକଙ୍କ ପାଇଁ ଲୋକାର୍ପିତ ହୋଇଯାଇଛି। ମୁଖ୍ୟଅତିଥି ରୋଟାରୀ ଏଲିଟର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ମିଳିତ ଭାବରେ ଅନେକ ଜନହିତକର କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ ଏଲିଟର ସଭାପତି ସୁରେଶ ଯାଦବ, ସମ୍ପାଦକ ଭୂମିକା ଭମର, ସ୍ଥାନୀୟ କାଉନ୍ସିଲର୍ ଓ ରୋଟାରୀ ଏଲିଟର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande