ଜୟପୁରରେ ମୋବାଇଲ ମେଳା
ଜୟପୁର, ୦୫ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଏସଡିପିଓ ଅଫିସ ରେ ମୋବାଇଲ ମେଳା ଆଜି ଅନୁଷ୍ଠିତ ହୋଇଛି । ପୋଲିସ ତରଫରୁ ୧୧୦ ହଜୀ ଯାଇଥିବା ମୋବାଇଲ. କୋରାପୁଟ ଜିଲ୍ଲା ର ବୈପାରୀଗୁଡା, କୁନ୍ଦ୍ରା, ଜୟପୁର ସଦର ଭଳି ଚାରୋଟି ସ୍ଥାନରୁ ଏହି ସବୁ ମୋବାଇଲ କୁ ଜବତ କରାଯାଇଛି । ସରକାରଙ୍କ ଦ୍ୱା
ଜୟପୁର ରେ ମୋବାଇଲ ମେଳା


ଜୟପୁର, ୦୫ ଅଗଷ୍ଟ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଏସଡିପିଓ ଅଫିସ ରେ ମୋବାଇଲ ମେଳା ଆଜି ଅନୁଷ୍ଠିତ ହୋଇଛି । ପୋଲିସ ତରଫରୁ ୧୧୦ ହଜୀ ଯାଇଥିବା ମୋବାଇଲ. କୋରାପୁଟ ଜିଲ୍ଲା ର ବୈପାରୀଗୁଡା, କୁନ୍ଦ୍ରା, ଜୟପୁର ସଦର ଭଳି ଚାରୋଟି ସ୍ଥାନରୁ ଏହି ସବୁ ମୋବାଇଲ କୁ ଜବତ କରାଯାଇଛି ।

ସରକାରଙ୍କ ଦ୍ୱାରା କରାଯାଇଥିବା ସି ଇ ଆଇ ଆର ଆପ ରେ ପଞ୍ଜିକରଣ ବା ଅଭିଯୋଗ ଦାଖଲ କଲେ ଏହି ଆପ ମୋବାଇଲ ର ଆଇ ଏମ ଆଇ ନମ୍ବରକୁ ଟ୍ରାକ କରେ ଆଉ ଯେତେବେଳେ ଏହି ମୋବାଇଲ ରେ ନୂଆ ସିମ ପକାଇଲେ ଏହି ଆପ ମୋବାଇଲ କୁ ଟ୍ରାକ କରେ ତାପରେ ପୋଲିସ ଟ୍ରାକିଙ୍ଗ କରି ମୋବାଇଲକୁ ଜବତ କରାଯାଇଛି ।

ହଜିଥିବା ଓ ଚୋରି ହୋଇଥିବା ଫୋନ୍ ଉଦ୍ଧାର ମେଳା କାର୍ଯ୍ୟକ୍ରମରେ ୧୧୦ଟି ମୋବାଇଲ୍ ଫେରାଇଛି ଜୟପୁର ପୋଲିସ । ସାଇବର ଥାନା ଓ ସାଇବର ସେଲର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛି ଫୋନ୍ ମୋଟ୍ ୧୧୦ଟି ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ଜୟପୁର ପୋଲିସ ପକ୍ଷରୁ ଦୃଢ଼ ପ୍ରୟାସ ଜାରି ରହିଛି ।

ଜୟପୁର ଏସଡିପିଓ ଅଫିସ ରେ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚିତା ମିତଲ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ପୋର୍ଟାଲ ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହେଲେ ରିପୋର୍ଟ କରନ୍ତୁ। ତୁରନ୍ତ ନିକଟସ୍ଥ ଥାନାରେ ଯାଇ ଅଭିଯୋଗ ଦାଖଲ କରନ୍ତୁ ଜ୍ଝ ଅଭିଯୋଗ ପଞ୍ଜିକୃତ ହେଲେ ସିଇଆଇଆର୍ ମାଧ୍ୟମରେ ମୋବାଇଲକୁ ଟ୍ରାକ୍ କରି ଉଦ୍ଧାର କରିବା ସହ ପ୍ରକୃତ ମାଲିକଙ୍କ ନିକଟକୁ ଫେରାଇବା ସମ୍ଭବ ହୋଇପାରିବ ବୋଲି ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande