ଚୋରି ଉଦ୍ୟମ ବେଳେ ପିଛା କରିବା ସମୟରେ ଚେକ ଡ୍ୟାମରେ ପଡି ମୃତ
ଜୟପୁର, ୦୫ ଅଗଷ୍ଟ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଆ ଗ୍ରାମରେ ଚୋରି ଉଦ୍ୟମ ସମୟରେ ଲୋକେ ପିଛା କରିବା ସମୟରେ ପିଛା କରିବା ସମୟରେ ଚେକ ଡ୍ୟାମ ପଡି ଯୁବକର ମୃତ୍ୟୁ । ମୃତ ଯୁବକର ପରିଚୟ ମେଳି ପାରି ନାହିଁ । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଆ ଗ୍ରାମରେ ୩ଟି ସ୍ଥା
ଚୋରି ଉଦ୍ୟମ ଚୋଲେ ପିଛା କରିବା ସମୟରେ ଚେକ ଡ୍ୟାମ ରେ ପଡି ମୃତ


ଜୟପୁର, ୦୫ ଅଗଷ୍ଟ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଆ ଗ୍ରାମରେ ଚୋରି ଉଦ୍ୟମ ସମୟରେ ଲୋକେ ପିଛା କରିବା ସମୟରେ ପିଛା କରିବା ସମୟରେ ଚେକ ଡ୍ୟାମ ପଡି ଯୁବକର ମୃତ୍ୟୁ । ମୃତ ଯୁବକର ପରିଚୟ ମେଳି ପାରି ନାହିଁ । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଆ ଗ୍ରାମରେ ୩ଟି ସ୍ଥାନରେ ଚୋରି ହୋଇଛି । ଗତ ରାତିଲେ ଦୁର୍ବୁତ ଜଣକ ଚୋରି ଉଦମ୍ୟ କରୁଥିବା ସମୟରେ ଘର ଲୋକେ ଉଠି ପଡିଥିଲେ । ପରେ ଲୋକ ମାନେ ପିଛା କରି ଧରିବାକୁ ଉଦ୍ୟମ କରୁଥିବା ସମୟରେ ଦୁର୍ବୁତ ଜଣକ ଜମି ଲଟା ବୁଟା ଦେଇ ଚମ୍ପଟ ମାରୁଥିବା ସମୟରେ ଚେକ ଡ୍ୟାମ ରେ ପଡି ଯାଇଥିଲା । ପରେ ଗ୍ରାମ ବାସୀ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ତେଲିଆ ଗ୍ରାମର ପଦ୍ମନ ସମରଥ ଗତ କାଲି ରାତ୍ର ୧ ଘଂଟା ସମୟରେ ଘରେ ପଶିଥିବା ଦୁବୁର୍ତକୁ ଗ୍ରାମବାସୀ ପିଛା କରିବା ସମୟରେ ଚେକ ଡ୍ୟାମରେ ପଡି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଜିଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୃତ ଯୁବକର ବୟସ ପାଖା ପାଖୁ ୩୦ରୁ ୩୫ ବର୍ଷ ହେବ । ତାଙ୍କ ପରିଚୟ ମେଳି ପାରି ନାହିଁ । ଏନେଇ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande