ସଂଶୋଧନ ପରେ ମଧ୍ୟ ପାଠ୍ୟ ପୁସ୍ତକରେ ତ୍ରୁଟି ଖବରରେ ଯଥାର୍ଥତା ନାହିଁ - ଗଣଶିକ୍ଷା ବିଭାଗ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ସଂଶୋଧନ ପରେ ମଧ୍ୟ ପାଠ୍ୟ ପୁସ୍ତକରେ ତ୍ରୁଟି ରହିଥିବା ନେଇ ଖବର ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବୁଧବାର ଗଣଶିକ୍ଷା ବିଭାଗ ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁ
sme


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ସଂଶୋଧନ ପରେ ମଧ୍ୟ ପାଠ୍ୟ ପୁସ୍ତକରେ ତ୍ରୁଟି ରହିଥିବା ନେଇ ଖବର ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ବୁଧବାର ଗଣଶିକ୍ଷା ବିଭାଗ ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଏଠାରେ ଏହା ସ୍ପଷ୍ଟ କରାଯାଉଅଛି ଯେ, ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁ । ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande