ମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମୃତ
ଚମ୍ପୁଆ, ୧୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ ବ୍ୟକ୍ତି ଜଣକ ହେ
ପୋଖରୀରେ ଭାସୁଛି ଶବ


ଚମ୍ପୁଆ, ୧୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବାଲିପଶି ଗ୍ରାମର ଲମ୍ବୋଧର ମହାନ୍ତ (୫୪)।

ମିଳିଥିବା ସୂଚନା ମୁତାବକ, ଲମ୍ବୋଧର ଗତକାଲି ରାତିରେ ମାଛ ଧରିବା ପାଇଁ ଘରୁ ବାହାରିଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଆଜି ସକାଳେ ଗ୍ରାମର 'କାଠ ପୋଖରୀ'ରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ତାହା ଲମ୍ବୋଧରଙ୍କ ଶବ ବୋଲି ଚିହ୍ନଟ କରାଯାଇଥିଲା। ଏହା ପରେ ଗ୍ରାମବାସୀଙ୍କ ପକ୍ଷରୁ ସଙ୍ଗେ ସଙ୍ଗେ ବାରିଆ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ବାରିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ପୋଖରୀରୁ ଉଦ୍ଧାର କରିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande