୭ମହିଳା ଜୁଆଡିଙ୍କୁ ଧରିଲା ପୁଲିସ
ଗଂଜାମ, 20 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି ୭ମ ଲେନରେ ଜୁଆ ଖେଳ ହେଉଥିବା ଖବର ପାଇ ପୁଲିସ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ସେଠାରୁ ୭ଜଣ ମହିଳା ଜୁଆଡିଙ୍କ ଠାରୁ ୨୩ହଜାର୧୦୦ ଟଙ୍କା ଜବତ କରିଛି । ସାତଜଣ ମହିଳା ଜୁଆଡିଙ୍କୁ ଥାନାକୁ ନେଇ ସର୍ତ୍ତ ସମ୍ବଳ
୭ମହିଳା ଜୁଆଡିଙ୍କୁ ଧରିଲା ପୁଲିସ


ଗଂଜାମ, 20 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି ୭ମ ଲେନରେ ଜୁଆ ଖେଳ ହେଉଥିବା ଖବର ପାଇ ପୁଲିସ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ସେଠାରୁ ୭ଜଣ ମହିଳା ଜୁଆଡିଙ୍କ ଠାରୁ ୨୩ହଜାର୧୦୦ ଟଙ୍କା ଜବତ କରିଛି । ସାତଜଣ ମହିଳା ଜୁଆଡିଙ୍କୁ ଥାନାକୁ ନେଇ ସର୍ତ୍ତ ସମ୍ବଳିତ ନୋଟିସ ଦେଇ ଛାଡ଼ି ଦେଇଛନ୍ତି। ଆଗରୁ କେବଳ ପୁରୁଷ ମାନେ ଜୁଆଖେଳୁ ଥିଲେ। କିନ୍ତୁ ବର୍ତ୍ତମାନ ଵ୍ରହ୍ମପୁର ସହର ରେ ମହିଳା ଜୁଆଡି ସଂଖ୍ୟା ବୃଦ୍ଧି ପାଇଥିବାରୁ ବୁଦ୍ଧିଜୀଵି ମହଲରେ ଉଦ୍ ବେଗ ପ୍ରକାଶ ପାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande