
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) - ମୃତକଙ୍କ
ମୃତଦେହ ପରିଜନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ମୃତକଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତଦେହଗୁଡ଼ିକୁ
ସୁରକ୍ଷିତ ଓ ସମ୍ମାନଜନକ ଭାବେ ପରିଜନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଶେଷ ବ୍ୟବସ୍ଥା
କରାଯାଇଛି। ଇନ୍ଦୋରରୁ ସ୍ୱତନ୍ତ୍ର ରେଫ୍ରିଜରେଟେଡ୍ ଆମ୍ବୁଲାନ୍ସ ଅଣାଯାଇଛି। ମୃତଦେହଗୁଡ଼ିକୁ
ବରଫ ସହ କଫିନ୍ରେ ରଖାଯାଇଛି। ୩ଟି ଆମ୍ବୁଲାନ୍ସରେ ୭ଟି ମୃତଦେହକୁ ଓଡ଼ିଶା ଅଭିମୁଖେ ପ୍ରସ୍ଥାନ
କରାଯାଇଛି। ଯାତ୍ରା ପ୍ରାୟ ୨୬ ଘଣ୍ଟା ଲାଗିବ। ନାଗପୁରରେ ମୃତଦେହଗୁଡ଼ିକର ପୁଣିଥରେ ଯାଞ୍ଚ
କରାଯିବ।
ଦୀର୍ଘ ଯାତ୍ରା ଓ ସୁଚାରୁ
ପରିଚାଳନା ପାଇଁ ଆଗର-ମାଲୱା ପ୍ରଶାସନ ନାଗପୁର ଓ ଭୁବନେଶ୍ୱର ପ୍ରଶାସନ ସହ ସମନ୍ୱୟ ରଖିଛି।
ସ୍ଥାନୀୟ ପ୍ରଶାସନ ଓ ପୁଲିସର ଏକ ଟିମ୍ ମଧ୍ୟ ଏକ ସ୍ୱତନ୍ତ୍ର ଗାଡ଼ିରେ ଆମ୍ବୁଲାନ୍ସ ସହ
ଓଡ଼ିଶା ଅଭିମୁଖେ ଯାଇଛନ୍ତି। ପରିଜନଙ୍କୁ ମୃତଦେହ ହସ୍ତାନ୍ତର ହେବା ପର୍ଯ୍ୟନ୍ତ ଏହି ଟିମ୍
ସାଙ୍ଗରେ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିବ।
ଆଜି ସନ୍ଧ୍ୟା କିମ୍ବା
ରାତିରେ ପହଞ୍ଚିବ ପାର୍ଥିବ ଶରୀର। ଗତକାଲି ଶବ ବ୍ୟବଚ୍ଛେଦ ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅଣାଯାଉଛି ପାର୍ଥିବ ଶରୀର। ସେମାନଙ୍କ
ସହ ମଧ୍ୟପ୍ରଦେଶ ପ୍ରଶାସନିକ ପ୍ରତିନିଧି ଆସୁଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା