ମହାନଦୀ ଜଳ ବିବାଦର ସମାଧାନ ଖୁବ୍ଶୀଘ୍ର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ବିଷ୍ଣୁଦେବ ସାଏ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) ମହାନଦୀ ଜଳ ବିବାଦର ସମାଧାନ ଖୁବ୍ଶୀଘ୍ର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ଗସ୍ତରେ ଆସି ପହଂଚିବା ପରେ ସେ ବିମାନ ବନ୍ଦରରେ ସାମ୍ବାଦିକ ମାନ
ଛତିଶଗଡ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) ମହାନଦୀ ଜଳ ବିବାଦର ସମାଧାନ ଖୁବ୍ଶୀଘ୍ର ହେବ ବୋଲି

ଆଶା ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ

ଭୁବନେଶ୍ୱର ଗସ୍ତରେ ଆସି ପହଂଚିବା ପରେ ସେ ବିମାନ ବନ୍ଦରରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ

ମହାନଦୀ ଜଳ ବିବାଦକୁ ନେଇ ଏହି ସୂଚନା ଦେଇଛନ୍ତି।

ବିଷ୍ଣୁଦେବ ସାଏ କହିଛନ୍ତି

ଯେ, ମହାନଦୀ ପ୍ରସଙ୍ଗରେ ଦିଲ୍ଲୀରେ ଓଡ଼ିଶା ଓ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି। ଏହାର ସମାଧାନ ପାଇଁ ଉଭୟ ରାଜ୍ୟ

କେନ୍ଦ୍ରୀୟ ଜଳ ଆୟୋଗ ର ନିଷ୍ପତ୍ତିକୁ ସହମତି

ଜଣାଇସାରିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗ ଯେଉଁ

ନିଷ୍ପତ୍ତି ନେବ, ଉଭୟ ରାଜ୍ୟ ତାହାକୁ ଗ୍ରହଣ କରିବେ ବୋଲି ସେ

କହିଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆହୁରି କହିଛନ୍ତି ଯେ, ମହାନଦୀକୁ

ନେଇ ଏବେ କୌଣସି ପ୍ରକାରର ଜଳ ବିବାଦ ନାହିଁ। ଯେଉଁ ରାଜ୍ୟଗୁଡ଼ିକରେ ବିଜେପି ସରକାର ରହିଛି,

ସେଠାରେ ଜଳ ବିବାଦର ସମାଧାନ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଶା ଓ

ଛତିଶଗଡ଼ରେ ବିଜେପି ସରକାର ସହିତ କେନ୍ଦ୍ରରେ ଏନ୍ଡିଏ ସରକାର ଥିବାରୁ ମହାନଦୀ ପ୍ରସଙ୍ଗର

ସମାଧାନ ଖୁବ୍ଶୀଘ୍ର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଓଡ଼ିଶା ଗସ୍ତ ସମୟରେ ପୁରୀ

ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଏବଂ ରାଜ୍ୟବାସୀଙ୍କ ପାଇଁ ମହାପ୍ରଭୁଙ୍କ

ଆଶୀର୍ବାଦ ଲୋଡ଼ିବେ ବୋଲି ମଧ୍ୟ ବିଷ୍ଣୁଦେବ ସାଏ କହିଛନ୍ତି।

ଛତିଶଗଡ ମୁଖ୍ୟମନ୍ତ୍ରୀ

କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ

ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରରେ ଦର୍ଶନ-ପୂଜନ କରିବେ। ଏହାପରେ ପୁରୀ ଯାଇ

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରିବେ। ସନ୍ଧ୍ୟାରେ ତାଙ୍କର ଶ୍ରୀମଦ୍ଭାଗବତ କଥା

ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେ ପୁରୀର ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେବ ସାଏଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୈଠକ ମଧ୍ୟ ପ୍ରସ୍ତାବିତ

ରହିଛି। ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ସମେତ ଉଭୟ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ

ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ସୋମବାର ଦିନ ପ୍ରାୟ ୧ଟା ୨୫ ମିନିଟ୍ରେ

ରାୟପୁର ଫେରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande