
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ସୁନୀଲ ବଂଶଲଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ
ସୁନୀଲ ବଂଶଲ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ସେ କହିଛନ୍ତି ଯେ, ସଂଗଠନକୁ
ସୁଦୃଢ଼ କରିବା ଦିଗରେ ଆପଣଙ୍କର ଅବିଚଳ ପ୍ରତିବଦ୍ଧତା,
ସାଂଗଠନିକ ଦକ୍ଷତା ଏବଂ ନିଷ୍ଠାପୂର୍ଣ୍ଣ ପ୍ରୟାସ ପ୍ରକୃତରେ
ପ୍ରଶଂସନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ
ଏବଂ ରାଷ୍ଟ୍ର ଓ ସଂଗଠନର ସେବା ଜାରି ରଖିବା ପାଇଁ ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା