
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ମଧ୍ୟପ୍ରଦେଶରେ
ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଦୁଃଖ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଏକ
ଶୋକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଘଟିଥିବା ଦୁଃଖଦ ସଡ଼କ
ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକମାନଙ୍କ ଜୀବନହାନି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଏହି
ଗଭୀର ଦୁଃଖର ସମୟରେ ମୋର ଚିନ୍ତା ଓ ପ୍ରାର୍ଥନା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ରହିଛି। ମହାପ୍ରଭୁ
ଶ୍ରୀଜଗନ୍ନାଥ ସେମାନଙ୍କୁ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା