ବରିଷ୍ଠ ସାମ୍ବାଦିକ ପାୟଲ ମେହେତାଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବରିଷ୍ଠ ସାମ୍ବାଦିକ ପାୟଲ ମେହେତାଙ୍କ ଅକାଳ ବିୟୋଗରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ନିକଟ ଅତୀତରେ ହୋଇଥିବା ସାକ୍ଷାତକୁ ମାନ୍ୟବର
ବରିଷ୍ଠ ସାମ୍ବାଦିକ ପାୟଲ     ମେହେତାଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବରିଷ୍ଠ

ସାମ୍ବାଦିକ ପାୟଲ ମେହେତାଙ୍କ ଅକାଳ ବିୟୋଗରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ

କମ୍ଭମପାଟି ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ନିକଟ ଅତୀତରେ

ହୋଇଥିବା ସାକ୍ଷାତକୁ ମାନ୍ୟବର ରାଜ୍ୟପାଳ ସ୍ମରଣ କରିବା ସହ ସାମ୍ବାଦିକତା ପ୍ରତି ତାଙ୍କର

ନିଷ୍ଠା ଓ ସମର୍ପଣକୁ ସ୍ମରଣ କରିଛନ୍ତି।

ରାଜ୍ୟପାଳ ଶୋକସନ୍ତପ୍ତ

ପରିବାର,

ବନ୍ଧୁବର୍ଗ ଓ ସହକର୍ମୀଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି

କଠିନ ସମୟରେ ସମସ୍ତଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଓଁ ଶାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande