
କଟକ/ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ଟି-୨୦ ଲିଗ୍ ର ତୃତୀୟ ଦିନରେ ହେବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଛି। ମଙ୍ଗଳବାର ଦିନ ବାରବାଟୀରେ କଟକ ପାନ୍ଥର୍ସ-ପୁରୀ ଟାଇଟନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଥାନ୍ତା। ମାତ୍ର କଟକରେ ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ୍ ହୋଇଥିବା ସୂଚନା ମିଳିଛି। ମ୍ୟାଚ ବାତିଲ୍ ଯୋଗୁଁ ଉଭୟ ଟିମ୍ କୁ ଗୋଟିଏ ଲେଖାଏଁ ପଏଂଟ ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା