ଲୋକଙ୍କ ଉପରେ ମାଡିଗଲା ଦ୍ରୁତ ଗତିରେ ଆସୁଥିବା କାର୍, ତିନି ମୃତ, 7 ଆହତ
ଜଲପାଇଗୁଡି, 3 ଅକ୍ଟୋବର (ହି.ସ.) - ଦୁର୍ଗା ପୂଜା ସମୟରେ ଦଶମୀ ରାତିରେ ଜଲପାଇଗୁଡ଼ି ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଛି। ଧୂପଗୁଡ଼ିରୁ ମୟନାଗୁଡ଼ିକୁ ଯାଉଥିବା ଏସିଆନ୍ ହାଇୱେ-4 ରେ, ପୋଲ୍ ନମ୍ବର-2 ନିକଟରେ ଏକ ତିବ୍ର ଗତିର କାର ହଠାତ୍ ନିୟନ୍ତ୍ରଣ ହରାଇ ସଡ଼କ ପାଖରେ ଥିବା
ଲୋକଙ୍କ ଉପରେ ମାଡିଗଲା     ଦ୍ରୁତ ଗତିରେ ଆସୁଥିବା କାର୍, ତିନି ମୃତ, 7 ଆହତ


ଜଲପାଇଗୁଡି, 3 ଅକ୍ଟୋବର (ହି.ସ.)

- ଦୁର୍ଗା ପୂଜା

ସମୟରେ ଦଶମୀ ରାତିରେ ଜଲପାଇଗୁଡ଼ି ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଛି। ଧୂପଗୁଡ଼ିରୁ ମୟନାଗୁଡ଼ିକୁ

ଯାଉଥିବା ଏସିଆନ୍ ହାଇୱେ-4 ରେ, ପୋଲ୍ ନମ୍ବର-2 ନିକଟରେ ଏକ ତିବ୍ର ଗତିର କାର ହଠାତ୍ ନିୟନ୍ତ୍ରଣ ହରାଇ ସଡ଼କ ପାଖରେ ଥିବା

ଲୋକମାନଙ୍କୁ ଚାପି ଦେଇ ଏକ ଦୋକାନ ଭିତରକୁ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କର

ମୃତ୍ୟୁ ଘଟିଛି ଓ ସାତ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୁଲିସ ସୂତ୍ର ମୁତାବକ,

ଘଟଣାବେଳେ ଲୋକେ ପୂଜା ପଣ୍ଡାଲରେ ଦର୍ଶନ ଓ ପ୍ରତିମା ବିସର୍ଜନ ପାଇଁ ବାହାରିଥିଲେ। ଏହି ସମୟରେ

ଏକ ତିବ୍ର ଗତିର ଗାଡ଼ି ସଡ଼କ ପାଖରେ ଧାଡ଼ି ଥିବା ଭକ୍ତମାନଙ୍କୁ ଚାପି ଦେଇଥିଲା। ଦୁର୍ଘଟଣା

ପରେ ଲୋକମାନେ ପଡ଼ିଯାଇଥିଲେ । ଏହି ଘଟଣା ପରେ ଅଂଚଳରେ ଭୟ ଖେଳିଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande