ରାୟପୁର, 3 ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ରାତି 8:10 ମିନିଟ ସମୟରେ ଛତିଶଗଡ଼ ଗସ୍ତରେ ରାୟପୁରରେ
ପହଞ୍ଚିବେ। ସେ ନୂଆ ରାୟପୁରରେ ଥିବା ଏକ ରିସୋର୍ଟରେ ରାତି ଯାପନ କରିବେ।
କେନ୍ଦ୍ରୀୟ ଗୃହମନ୍ତ୍ରୀ
ଅମିତ୍ ଶାହ ଆଜି ଶୁକ୍ରବାରଠାରୁ ଛତିଶଗଡ଼ ଗସ୍ତରେ ରହିବେ। ସେ ଆଜି ରାତି 8:10 ମିନିଟ ସମୟରେ
ରାୟପୁର ବିମାନବନ୍ଦରରେ ପହଞ୍ଚିବେ ଓ 8:25 ମିନିଟ ସମୟରେ ନବ ରାୟପୁରର ଏକ ରିସୋର୍ଟକୁ ଯାଇ
ସେଠାରେ ବିଶ୍ରାମ କରିବେ।
ସେ କାଲି 4 ଅକ୍ଟୋବର ସକାଳ
11:00 ମିନିଟ ସମୟରେ ରାୟପୁରରୁ ଜଗଦଲପୁର ପାଇଁ ପ୍ରସ୍ଥାନ କରିବେ। ଦ୍ୱିପ୍ରହର 12:10 ମିନିଟ
ସମୟରେ ସେ ଜଗଦଲପୁରରେ ମାତା ଦନ୍ତେଶ୍ୱରୀ ମନ୍ଦିରରେ ଦର୍ଶନ ଓ ପୂଜା କରିବେ ଏବଂ ସ୍ୱଦେଶୀ
ମେଳାରେ ଅଂଶଗ୍ରହଣ କରିବେ। ଏହା ପରେ ଶାହ ମାଞ୍ଜି ଓ ମୁରିଆ ପୁଜାରିମାନଙ୍କ ସହିତ ଆଲୋଚନା
କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା