ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.)- ବିଜେପି
ରାଜ୍ୟସଭା ସାଂସଦ ଆଦିତ୍ୟ ସାହୁଙ୍କୁ ପାର୍ଟିର ଝାରଖଣ୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ
ନିଯୁକ୍ତ କରିଛି।
ପାର୍ଟିର ସାଧାରଣ ସମ୍ପାଦକ
ଅରୁଣ ସିଂହ ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାଜପା
ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶ୍ରୀ ସାହୁଙ୍କୁ ଝାରଖଣ୍ଡ ପ୍ରଦେଶ ଭାଜପାର କାର୍ଯ୍ୟକାରୀ
ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ଶ୍ରୀ ରବୀନ୍ଦ୍ର କୁମାର ରାୟଙ୍କ ସ୍ଥାନରେ
କରାଯାଇଛି ଓ ଏହା ତୁରନ୍ତ ପ୍ରଭାବରେ ଲାଗୁ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା